ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟା ମାମଲା; ୨୦ ‍ବର୍ଷ ପରେ ଆଉ ଜଣେ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ମାମଲାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବୁଦ୍ଧଦେବ ନାଏକ(୪୫)। ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି।
ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଏହି ଗିରଫଦାରୀ ପରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ମାମଲା।
୧୯୯୯ ଘଟଣା ପରଠାରୁ ଫେରାର ଥିଲା ବୁଦ୍ଧଦେବ। ଗତକାଲି ବିଳମ୍ବିତ ରାତିରେ ଘରେ ଥିବା ସୂଚନା ପାଇ ସିବିଆଇ ତାକୁ ଉଠାଇ ନେଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons