ଗ୍ରୀଜମାନଙ୍କ ଡବଲ୍ ଗୋଲ୍ରେ ଜିତିଲା ବାର୍ସେଲୋନା

Get real time updates directly on you device, subscribe now.

ବାର୍ସେଲୋନା: ସିଜନର ଦ୍ୱିତୀୟ ମ୍ୟାଚ୍ରେ ଚମକ୍ରାର ପ୍ରଦର୍ଶନ କରି ବାର୍ସେଲୋନା ବିଜୟ ଅଭିଯାନ ଆରମ୍ଭ କରିଛି । ବରିଷ୍ଠ ତାରକା ଲିଓନେଲ ମେସି ଓ ଲୁଇସ୍ ସୁଆରେଜଙ୍କ ଅନୁପସ୍ଥିତିରେ ଆଣ୍ଟୋନୀ ଗ୍ରୀଜମାନ ଡବଲ୍ ଗୋଲ ସ୍କୋର କରି ଦଳକୁ ଲା’ଲିଗାରେ ପ୍ରଥମ ବିଜୟ ଭେଟି ଦେଇଛନ୍ତି । ଦଳ ୫-୨ ଗୋଲ୍ରେ ରିଏଲ୍ ବେଟିସ୍କୁ ପରାସ୍ତ କରିଛି । ବାର୍ସେଲୋନା ପ୍ରଥମ ମ୍ୟାଚ୍ରେ ଆଟଲେଟିକ୍ ବିଲବାଓ ନିକଟରୁ ୦-୧ ଗୋଲରେ ପରାଜିତ ହୋଇଥିଲା ।\nଆଜି ରିଏଲ ବେଟିସ୍ ବିପକ୍ଷରେ ବାର୍ସେଲୋନାର ଆରମ୍ଭ ସେତେ ଭଲ ନଥିଲା । ଖେଳର ୧୫ତମ ମିନିଟ୍ରେ ବେଟିସ୍ ଗୋଲ୍ ଖାତା ଖୋଲି ୧-୦ ଗୋଲରେ ଅଗ୍ରଣୀ କରିଥିଲା । ନବିଲ ଫେକିର ଏହି ଗୋଲଟି ସ୍କୋର କରିଥିଲେ । ପରବର୍ତ୍ତୀ ସମୟରେ ବାର୍ସେଲୋନା ଗୋଲ୍ ପରିଶୋଧ କରିବା ନେଇ ଜୋରଦାର ପ୍ରୟାସ କରିଥିଲା । ୪୧ତମ ମିନିଟ୍ରେ ଗ୍ରୀଜମାନ ଚମକ୍ରାର ଗୋଲ୍ଟିଏ ସ୍କୋର କରି ସ୍ଥିତି ବରାବର କରିଥିଲେ । ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଗ୍ରୀଜମାନ ସିଜନର ପଦାର୍ପଣ ମ୍ୟାଚ୍ରେ ଦଳକୁ ବିଜୟୀ କରିପାରି ନଥିଲେ । ତେଣୁ ଘରୋଇ ମଇଦାନରେ ଏହି ମ୍ୟାଚ୍ ତାଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ରହିଥିଲା । ଯଦିଓ ଦଳ ବେଟିସ୍ ବିପକ୍ଷରେ ଭଲ ଆରମ୍ଭ କରି ନଥିଲା, ତଥାପି ଗ୍ରୀଜମାନଙ୍କ ପ୍ରଥମ ଗୋଲ୍ ଦଳର ଆତ୍ମବିଶ୍ୱାସ ବଢ଼ାଇଥିଲା । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ମ୍ୟାଚ୍ ୧-୧ ଗୋଲ୍ରେ ବରାବର ରହିଥିଲା । ଦ୍ୱିତୀୟାର୍ଦ୍ଧରେ ବାର୍ସେଲୋନା କିନ୍ତୁ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ୫୦ତମ ମିନିଟ୍ରେ ଦ୍ୱିତୀୟ ଗୋଲ୍ ସ୍କୋର କରି ଗ୍ରୀଜମାନ ଦଳକୁ ୨-୧ ଗୋଲ୍ରେ ଅଗ୍ରଣୀ କରାଇଥିଲେ । ଏହାପରେ ବାର୍ସେଲୋନା ପ୍ରଭାବ ବିସ୍ତାର କରି ଖେଳିଥିଲା । ୫୬ତମ ମିନିଟ୍ରେ ତୃତୀୟ ଗୋଲ୍ (କାର୍ଲେସ ପେରେଜ) ଏବଂ ୬୦ତମ ମିନିଟ୍ରେ ଚତୁର୍ଥ ଗୋଲ୍ (ଜୋର୍ଡି ଆଲବା) ସ୍କୋର କରିଥିଲା । ୪-୧ ଗୋଲ୍ରେ ଆଗୁଆ ସହ ମ୍ୟାଚ୍କୁ ପୂରା ନିୟନ୍ତ୍ରଣରେ ରଖିଥିଲା ଘରୋଇ ଦଳ । ମାତ୍ର ରିଏଲ ବେଟିସ୍ ଗୋଲ୍ ସଂଖ୍ୟା ବୃଦ୍ଧି କରିବା ନେଇ ପ୍ରୟାସ ଜାରି ରଖିଥିଲା । କିନ୍ତୁ ବାର୍ସେଲୋନା ଖେଳାଳି କୌଣସି ସୁଯୋଗ ଦେଇ ନଥିଲେ । ୭୭ତମ ମିନିଟ୍ରେ ପୁଣି ଏକ ଗୋଲ୍ (ଏ. ବିଦାଲ) ସ୍କୋର କରିଥିଲା । ତଥାପି ରିଏଲ୍ ବେଟିସ୍ ପ୍ର୍ରୟାସ ଜାରି ରଖିଥିଲା । ଶେଷରେ ୭୯ତମ ମିନିଟ୍ରେ ଦ୍ୱିତୀୟ ଗୋଲ୍ ସ୍କୋର କରିବାର ସୁଯୋଗ ପାଇଥିଲା । ଲୋରେନ ମୋରୋନ ଏହି ଗୋଲ୍ଟି ସ୍କୋର କରି ମ୍ୟାଚ୍ର ସ୍ଥିତି ୨-୫ କରିଥିଲେ । ପରେ ଖେଳ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ସ୍କୋର ହୋଇ ପାରି ନଥିଲା । ଶେଷରେ ବାର୍ସେଲୋନା ପ୍ରଥମ ଘରୋଇ ଲା’ ଲିଗା ମ୍ୟାଚକୁ ୫-୨ ଗୋଲ୍ରେ ବିଜୟ ହାସଲ କରି ୩ ପଏଣ୍ଟ ହାସଲ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons