
ମାଲକାନଗିରି,(ବି.ବି.ନୁ୍ୟଜ):ଆଗାମୀ ଗ୍ରୀଷ୍ମ ପ୍ରବାହ ଓ ଅଶୁଂଘାତ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ମଙ୍ଗଳବାର ଏକ ପ୍ରସ୍ତୁିତି ବୈଠକ ହୋଇଛି । ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ଅଚଳ ନଳକୂଅ ଓ ପାନୀୟ ଜଳର ଅନ୍ୟ ଉତ୍ସଗୁଡିକୁ ମରାମତି କରିବା, ଅଂଶୁଘାତ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ମହଜୁଦ୍ କରି ରଖିବାକୁ ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ସୂଚନା ଅନୁସାରେ, ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା । ଅତିରିକ୍ତ ଜିଲ୍ଲପାଳ ବୀରସେନ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ । ଆଗାମୀ ଗ୍ରୀଷ୍ମ ପ୍ରବାହ ଓ ଅଶୁଂଘାତକୁ ସାମନା କରିବାକୁ ସାତଟି ଯାକ ବ୍ଲକର ୧୧୧ ଟି ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା, ଆବଶ୍ୟକ ସ୍ଥାନରେ ଜଳଛତ୍ର ଖୋଲିବା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଔଷଧ ବଣ୍ଟନ କରିବାକୁ କୁହାଯାଇଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେବାକୁ ଗ୍ରାମ୍ୟଜଳ ଯୋଗାଣ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି, ହସ୍ପିଟାଲଗୁଡିକରେ ଅଶୁଂଘାତ ପ୍ରକୋÂ ଖୋଲିବା, ବିଦୁ୍ୟତ କାଟ ରୋକିବାକୁ ବ୍ୟବସ୍ଥା କରିବା, ପାନୀୟ ଜଳ ଯୋଗାଣ ଉଦେ୍ଧଶ୍ୟରେ ସାତଟି ଯାକ ବ୍ଲକରେ ନୂତନ ବିଦୁ୍ୟତ ଟ୍ରାନ୍ସଫର୍ମର ଗଚ୍ଛିତ ରଖିବାକୁ କୁହାଯାଇଛି । ସମସ୍ତ ବ୍ଲକ ସହ ବାଲିମେଳା ଏନଏସି ଓ ମାଲକାନଗିରି ପୌରପରିଷଦରେ ସ୍ୱତନ୍ତ୍ର ପାଣି ଟ୍ୟାଙ୍କରରେ ଜଳ ଯୋଗଣ କରିବାକୁ କୁହାଯାଇଛି । କୋଭିଡ କଟକଣା ବଳବତ୍ତର ଥିବାରୁ ମାସ୍କ ବ୍ୟବହାର କରିବା, ସମାଜିକ ଦୂରତା ରକ୍ଷାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ହାଟବଜାରରେ ପ୍ରଚାର କରିବାକୁ କୁହାଯାଇଛି । ସେହିପରି, ଶ୍ରମିକଙ୍କ କାମ ମଧ୍ୟାହ୍ନ ୧୨ ଟାରେ ବନ୍ଦ କରିବାକୁ କୁହାଯାଇଛି । କୌଣସି ବ୍ୟକ୍ତି ଯେପରି ଅଂଶୁଘାତର ଶିକାର ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଜଙ୍ଗଲ ନିଅାଁକୁ ଜିପିଆରଏସ୍ ଜରିଆରେ ଠାବ କରି ଆବଶ୍ୟକ ପଦକ୍ଷେପ ନେବାକୁ ବନ ବିଭାଗର ସମସ୍ତ ରେଞ୍ଜରଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ, ତହସିଲଦାର ଗୁଣନିଧି ନାୟକ, ଜିଲ୍ଲା ଜରୁରିକାଳୀନ ଅଧିକାରୀ ଦୁର୍ଗାପ୍ରସାଦ ଦୋରା, ପ୍ରାକୃତିକ ପ୍ରଶମନ ବିଭାଗ ପ୍ରକଳ୍ପ ଅଧିକାରୀ ସୁଧାଂଶୁ ଶେଖର ପୃଷ୍ଟି, ସହକାରୀ ଯନ୍ତ୍ରୀ ସହରାଚଂଳ ଓ ଗ୍ରାମାଚଂଳ ଜଳ ଯୋଗାଣ ବିଭାଗ, ବିଦୁ୍ୟତ ବିଭାଗ, ଅଗ୍ନିଶମ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ମାଲାକନଗିରି, କାଲିମେଳା, ପଡିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।


Comments are closed, but trackbacks and pingbacks are open.