
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଆଗାମୀ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଏ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି ।
ସୂଚନା ଅନୁସାରେ, ବୈଠକରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାରା ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଦୂର କରିବା ଓ ଅଂଶୁଘାତ ମୁକାବିଲାକୁ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାର ପ୍ରତି ଅଙ୍ଗନବାଡିରେ ଓଆର୍ଏସ୍ ପ୍ୟାକେଟ ଓ ପାନୀୟ ଜଳ ମହଜୁଦ୍ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ପାନୀୟ ଜଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ସକାଳ ୧୧ ଟାରୁ ଅପରାହ୍ଣ ସାଢେ ୩ ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ବନ୍ଦ କରିବାକୁ ଜିଲ୍ଲାପାଳ ଶ୍ରମ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସରକାରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ଅନୁÂାନଗୁଡିକରେ ଶିକ୍ଷାଦାନକୁ ଗୁରୁତ୍ୱ ଦେବାକୁ ଏହି ଅବସରରେ ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି, ଅଚଳ ନଳକୂପ ଓ ପାନୀୟ ଜଳ ଉତ୍ସର ମରାମତି କରିବାକୁ ଜଳ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଅଂଶୁଘାତ ମୁକାବିଲା ପାଇଁ ଜିଲ୍ଲା ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟ ସହ ପ୍ରତି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିଦେ୍ର୍ଧଶ ଦିଆଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ସାଉଥ୍-କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ଜିଲ୍ଲା ପରିଷଦ ସଭାପତି ଭଗବତୀ ଭତ୍ରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସାହି ମୀନା, ନବରଙ୍ଗପୁର ବିଧାୟକ ପ୍ରତିନିଧି ଅର୍ଜୁନ ତ୍ରିପାଠୀ, ସାଂସଦ ପ୍ରତିନିଧି ପ୍ରମୋଦ ପାଢି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରଣୀ ମିଶ୍ର, ପିଡି ଡିଆରଡିଏ ରମାକାନ୍ତ ନାୟକଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.