ଗ୍ୟାଙ୍ଗଷ୍ଟର ଟିଟୋର ସାନଭାଇଙ୍କୁ ଜାରି ହେଲା ନୋଟିସ୍‌

Get real time updates directly on you device, subscribe now.

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ସାନଭାଇ ସୟଦ ଇମରାନ ଅଲ୍ଲୀ ଓରଫ୍ ସପୋକୁ କେନ୍ଦ୍ରାପଡ଼ା ଟାଉନ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଟାଉନ ପୋଲିସର ଏକ ଟିମ୍ ସପୋର ଦିଲାରପୁର ସ୍ଥିତ ଘରେ ପହଞ୍ଚି ତାର ପରିବାର ଲୋକଙ୍କୁ ନୋଟିସ ଦେଇଛି। ପୂର୍ବରୁ ବିଭିନ୍ନ ମାମଲାରେ ଏସଟିଏଫ୍ ଦ୍ବାରା ଗିରଫ ହୋଇ ସପୋ ଜାମିନରେ ଅଛି। ଜାମିନ ସର୍ତ୍ତ ଖିଲାପ କରିଥିବାରୁ ଟାଉନ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଜାମିନରେ ଆସିବା ପରେ ସ୍ଥାନୀୟ ଥାନାରେ ପ୍ରତି ବୁଧବାର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସପୋ ଏହି ନିର୍ଦ୍ଦେଶକୁ ଅମାନ୍ୟ କରିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons