ଗ୍ୟାଜେଟ୍ କର୍ଣ୍ଣର:ସାନ୍ଡିସ୍କ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୱେଷ୍ଟର୍ଣ୍ଣ ଡିଜିଟାଲ କର୍ପୋରେସନ୍ ଓଡ଼ିଶା ବଜାରରେ ସାନ୍ଡିସ୍କ ବ୍ରାଣ୍ଡର ନୂଆ ‘ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍’ ଛାଡ଼ିଛି । ‘ମୋବାଇଲ କି ପେନ୍ ଡ୍ରାଇଭ୍’ ନାମରେ ପରିଚିତ ଏହି ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍କୁ କମ୍ପାନି ୟୁଏସ୍ବି ଟାଇପ୍-ସି ମୋବାଇଲ ପୋର୍ଟ ପାଇଁ ଡିଜାଇନ୍ କରିଛି । ୱେଷ୍ଟର୍ଣ୍ଣ ଡିଜିଟାଲ ସିନିୟର ପ୍ରଡକ୍ଟ ମାର୍କେଟିଂ ମ୍ୟାନେଜର ଅନୁପ କୁମାର ଏହାକୁ ଓଡ଼ିଶାରେ ବଜାର ପ୍ରବେଶ କରାଇଛନ୍ତି । ପୂର୍ବରୁ ସାନ୍ଡିସ୍କ ଏମ୍୩.୦ ମୋବାଇଲ ପୋର୍ଟ ପାଇଁ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍ ଆଣିଥିଲା ।
ଶ୍ରୀ କୁମାର କହିଛନ୍ତି, ସାନ୍ଡିସ୍କ ଡୁଆଲ୍ ଡ୍ରାଇଭ୍କୁ କମ୍ପାନି ସାନ୍ଡିସ୍କ ମେମୋରି ଜୋନ୍ ଆପ୍ ସହ ଆସିଛି । ଏହାକୁ ନିଜ ସ୍ମାର୍ଟଫୋନ୍ରେ ଇନ୍ଷ୍ଟଲ୍ କରି ଡିଭାଇସ୍ରେ ଥିବା କଣ୍ଟେଣ୍ଟକୁ ନିଜ ସୁବିଧା ଅନୁସାରେ ପରିଚାଳନା କରିପାରିବେ । ୟୁଏସ୍ବି ଟାଇପ୍-ସି ପୋର୍ଟ ପାଇଁ ବଜାର ପ୍ରବେଶ ହୋଇଥିବା ଏହି ସାନ୍ଡିସ୍କ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍ ୩୨ ଜିବି, ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ବିକଳ୍ପରେ ଉପଲବ୍ଧ । ୫ ବର୍ଷର ୱାରେଣ୍ଟି ସହ ଆସିଥିବା ଏହି ଉପôାଦର ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ ବୋଲି ୱେଷ୍ଟର୍ଣ୍ଣ ଡିଜିଟାଲ୍ ସିନିୟର ପ୍ରଡକ୍ଟ ମାର୍କେଟିଂ ମ୍ୟାନେଜର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons