ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ଜିଲ୍ଲା ଲାଖନପୁର ବ୍ଲକର ସାଗରପାଲି ଛକ ନିକଟରେ ଗତ ରାତିରେ ଟ୍ରକ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ହେଲେ ଝାରସୁଗୁଡ଼ା ସହର ଏକାତାଳି ଗ୍ରାମର । ଜଣେ ଦିନ ମଜୁରିଆକୁ ବାଇକ୍ରେ ବସାଇ ସେମାନେ ଗତ ରାତିରେ ସାଗରପାଲିକୁ ଛାଡ଼ିବାକୁ ଯାଇଥିଲେ । ସେଠାରୁ ନିଜ ଗାଁକୁ ଫେରୁଥିବା ବେଳେ କିଛି ବାଟ ଆସିବା ପରେ ସାଗରପାଲି ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.