ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର: ରାତି ଅଧରେ ଘରେ ପଶି ଜଣେ ବିଧବାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଲକ୍ଷ୍ମଣ ହାଂସଦା (୫୪) । ତାଙ୍କ ଘର ଏୟାରପିଲ୍ଡ ଥାନା ଅନ୍ତର୍ଗତ ଏକ ବସ୍ତିରେ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଶନିବାର ରାତିରେ ମହିଳା ଜଣଙ୍କ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଲକ୍ଷ୍ମଣ ତାଙ୍କ ଘର କବାଟ ବାଡ଼େଇ ଥିଲେ । ମହିଳା ଜଣଙ୍କ କବାଟ ଖୋଲିବା ମାତ୍ରେ ଲକ୍ଷ୍ମଣ ତାଙ୍କୁ ଘର ଭିତରକୁ ଭିଡ଼ି ନେଇ ଦୁଷ୍କର୍ମ କରିଥିଲେ ।
ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ଉଠି ଆସିବାରୁ ଲକ୍ଷ୍ମଣ ସେଠାରୁ ଖସି ପଳାଇଥିଲେ। ଏନେଇ ମହିଳା ଜଣଙ୍କ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲକ୍ଷ୍ମଣଙ୍କୁ ଉଠାଇ ଆଣିଥିଲା । ଉଭୟଙ୍କର କ୍ୟାପିଟାଲ ହସ୍ପିଟାଲ୍‌ରେ ଡାକ୍ତରୀମାଇନା କରାଯାଇଛି । ପୋଲିସ ଅଭିଯୁକ୍ତ ଲକ୍ଷ୍ଣଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons