ଘରେ ପଶି ବୃଦ୍ଧଙ୍କ ଗଳାକାଟି ହତ୍ୟା

Get real time updates directly on you device, subscribe now.

ନୟାଗଡ : ନୟାଗଡରେ ଘରେ ପଶି ବୃଦ୍ଧଙ୍କୁ ଗଳାକାଟି ହତ୍ୟା । ମୃତକ ହେଲେ ମାୟାଧର ପୃଷ୍ଟି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ସହରର କୃଷ୍ଣ ସରଣପୁର ପାଟଣାରେ ଘରେ ପଶି ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ମାୟାଧର ପୃଷ୍ଟି । ପତ୍ନୀ ସ୍କୁଲକୁ ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ଯାଇଥିବା ସମୟରେ କେହି ଦୁର୍ବୃତ୍ତ ଘରେ ପଶି ମାୟାଧରଙ୍କ ଗଳା କାଟିଦେଇ କବାଟ ବାହାର ପଟୁ ଶିକୁଳି ଦେଇ ଚାଲିଯାଇଥିଲେ ।
ଦିନ ୧୨ଟା ସମୟରେ ପତ୍ନୀ ଘରକୁ ଫେରି ମାୟାଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ । ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons