ଘରେ ଶୋଇଥିବା ବେଳେ ଗଳାକାଟି ହତ୍ୟା

Get real time updates directly on you device, subscribe now.

ବଣାଇ : ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡ ଅନ୍ତର୍ଗତ ଲହୁଣିପଡ଼ା ଥାନାର କୁଲିପୋଷ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଖଇରୁ ନାଇକ୍ ।
ସୂଚନାଯୋଗ୍ୟ ଯେ, ରାତିରେ ଖଇରୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଛି ତାହା ଜଣାପଡିନାହିଁ ।
ଖଇରୁ କିଛି ବର୍ଷ ହେବ ବଣାଇ ଅଂଚଳରୁ ଆସି ଏଠାରେ ରହୁଥିଲେ । ତାଙ୍କର କିଛି ଜମି ବିବାଦ ଲାଗି ରହିଥିବା ମଧ୍ୟ ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ଘଟଣାରେ ଜମି ବିବାଦ କି ଅନ୍ୟ କିଛି କାରଣ ଅଛି ପୋଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons