ଘରୋଇ ହସ୍ପିଟାଲ ମାଲିକଙ୍କ ନୃଶଂସକାଣ୍ଡ

Get real time updates directly on you device, subscribe now.

ଆଗ୍ରା: କରୋନା ସଂକ୍ରମଣ ସମୟରେ କିଛି ଘରୋଇ ହସ୍ପିଟାଲ କିଭଳି ରୋଗୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ତାହାର ଏକ ଦୃଷ୍ଟାନ୍ତ ଏବେ ୟୁପିର ଆଗ୍ରା ସହରରେ ଦେଖିବାକୁ ମିଳିଛି । ସେଠାକାର ଏକ ଘରୋଇ ହସ୍ପିଟାଲର ମାଲିକ ଏକ ଭିଡିଓରେ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ହସ୍ପିଟାଲରେ ବେଡ୍ ଖାଲି କରାଇବା ପାଇଁ କିଛି ରୋଗୀଙ୍କୁ ମାରିଦେବାକୁ ଯୋଜନା କରିଥିଲେ ଏବଂ ସେଥିପାଇଁ ସେଠାରେ ଥିବା ସମସ୍ତ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ କରିଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ୟୁପି ସମେତ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ।
ୟୁପି ସରକାର ଏହି ଘଟଣାର ବିସ୍ତୃତ ଯାଂଚ କରିବା ପାଇଁ ଆଦେଶ ଦେଇଛନ୍ତି । ମଙ୍ଗଳବାର ଆଗ୍ରାର ଜିଲାପାଳ ନିଜେ ସେଇ ହସ୍ପିଟାଲକୁ ଯାଇ ଦୁଇ ଘଣ୍ଟା କାଳ ଯାଂଚ କରିବା ସହିତ ତାହାକୁ ସିଲ୍ କରିବା ପାଇଁ ନିଦେ୍ର୍ଧଶ ଜାରି କରିଛନ୍ତି । ତା’ ପରେ ଏହି ହସ୍ପିଟାଲକୁ ତୁରନ୍ତ ସିଲ୍ କରାଯିବା ସହିତ ସେଠାରେ ଭର୍ତ୍ତି ହୋଇଥିବା ୫୫ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସ । ଅଧିକାରୀ ଘଟଣାସ୍ଥଳରେ ରହି ରୋଗୀମାନଙ୍କୁ ସ୍ଥାନାନ୍ତର କରାଯିବାର ପ୍ରକ୍ରିୟାର ତତ୍ତ୍ୱାବଧାନ କରୁଛନ୍ତି । ପ୍ରଶାସନ ମଧ୍ୟ ହସ୍ପିଟାଲର ମାଲିକଙ୍କ ବିରୋଧରେ ସଂକ୍ରାମକ ଆଇନ ଅଧୀନରେ ମାମଲା ଦାୟର କରିଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଉକ୍ତ ଭିଡିଓରେ ଆଗ୍ରା ସ୍ଥିତ ପାରସ ହସ୍ପିଟାଲର ମାଲିକ ଡକ୍ଟର ଅରିଞ୍ଜୟ ଜୈନ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି ଯେ ଏପ୍ରିଲ ୨୬ରେ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢ଼ିଯାଇଥିଲା । ଏତେ ସଂଖ୍ୟକ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇବା ସମ୍ଭବପର ନଥିଲା । ମୁଖ୍ୟମନ୍ତ୍ରୀ ବି ଅକ୍ସିଜେନ୍ ଯୋଗାଇପାରିନଥାନ୍ତେ । ତେଣୁ ଆମେ କିଛି ରୋଗୀଙ୍କୁ ନିଜ ଉଦ୍ୟମରେ ଅକ୍ସିଜେନ୍ ସିଲିଫର ବ୍ୟବସ୍ଥା କରିବା ପାଇଁ କହିଥିଲୁ । ଯେଉଁମାନେ ଏପରି କରିନପାରିବେ, ସେମାନେ ନିଜର ରୋଗୀଙ୍କୁ ସେଠାରୁ ଅନ୍ୟତ୍ର ନେଇଯିବାକୁ କୁହାଯାଇଥିଲା । କିନ୍ତୁ ଏହାପରେ ବି କିଛି ଲୋକ ଥିଲେ ଯେଉଁମାନେ ରୋଗୀମାନଙ୍କୁ ହଟାଇବାକୁ ଚାହୁଁନଥିଲେ ଏବଂ ଆମ ହସ୍ପିଟାଲରେ ସେପରି ପଡି ରହିବାକୁ ଚାହୁଁଥିଲେ । ତେଣୁ ବେଡ୍ ଖାଲି କରିବା ଉଦେ୍ଧଶ୍ୟରେ ମୁଁ ହସ୍ପିଟାଲର କର୍ମଚାରୀମାନଙ୍କୁ କହିଲି କି ସେମାନେ ସମସ୍ତ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ କରିଦିଅନ୍ତୁ । ଆମେ ଏମିତି ୨୨ ଜଣ ଗୁରୁତର ରୋଗୀଙ୍କୁ ଚିହ୍ନଟ କରିଥିଲୁ ଯେଉଁମାନଙ୍କୁ ଅକ୍ସିଜେନ୍ ଯୋଗାଣ ସମ୍ପୂଣ୍ଣ ର୍ ରୂପେ ବନ୍ଦ କରାଯାଇପାରିବ । ହସ୍ପିଟାଲରେ ୯୮ ଜଣ ରୋଗୀ ଥିଲେ । ଅକ୍ସିଜେନ୍ ଅଭାବ ହେଲେ କିପରି ସମସ୍ୟା ଦେଖାଦେବ ଏବଂ ତାହାର ମୁକାବିଲା କିପରି କରାଯିବ, ସେଥିପାଇଁ ମକ୍ଡି୍ରଲ୍ କରିବା ବାହାନାରେ ଆମେ ୫ ମିନିଟ ପାଇଁ ସବୁ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ କରିଦେଲୁ । ୨୨ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ପୂରା ବନ୍ଦ କରିଦିଆଗଲା । ଏହାଯୋଗୁ ସେଇ ୨୨ ଜଣ ରୋଗୀ ସାଙ୍ଗେ ସାଙ୍ଗେ ପ୍ରାଣ ହରାଇଲେ ଏବଂ ସେମାନଙ୍କ ଦେହ ନୀଳ ପଡିଗଲା ।
ଏହି ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହାର ଦୃଢ ନିନ୍ଦା କରିଛନ୍ତି । ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପି ସରକାର ଅମଳରେ ଅକ୍ସିଜେନ୍ ଓ ମାନବତାର ଘୋର ଅଭାବ ପରିଲକ୍ଷିତ ହେଉଛି । ସେହିପରି ଅକ୍ସିଜେନ୍ ଅଭାବ ଯୋଗୁ ରୋଗୀଙ୍କର ମୃତୁ୍ୟ ପାଇଁ ଦାୟୀ କିଏ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।
ୟୁପିର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହା ଊପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଏହି ଭିଡିଓରେ କରାଯାଇଥିବା ଦାବିର ଯାଂଚ ଆରମ୍ଭ କରିଛନ୍ତି । ଆଗ୍ରା ଜିଲା ପ୍ରଶାସନ କହିଛି କି ଏପ୍ରିଲ ୨୬ରେ ସେଇ ହସ୍ପିଟାଲରେ ଏତେ ସଂଖ୍ୟକ ରୋଗୀଙ୍କ ମୃତୁ୍ୟ ହୋଇଥିବା ସମ୍ପର୍କରେ ସୂଚନା ନାହିଁ । ସରକାରୀ ସୂଚନା ଅନୁସାରେ, ଏପ୍ରିଲ ୨୬ରେ ସେଠାରେ ୪ ଜଣ ଓ ତା’ ପରଦିନ ଆଉ ୩ ଜଣ ରୋଗୀ ପ୍ରାଣ ହରାଇଥିଲେ । ତେବେ ପ୍ରଶାସନ ଉକ୍ତ ଭିଡିଓରେ ଦିଆଯାଇଥିବା ତଥ୍ୟର ଯାଂଚ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons