ଘର ଉପରକୁ ଚଢ଼ିଗଲା ଟ୍ରକ୍: ଜଣେ ମୃତ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଅଁଳା ପାଳି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଥିବା ଏକ ଘର ଉପରକୁ ଏକ ଟ୍ରକ୍ ଚଢ଼ି ଯିବାରୁ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ତୁଳସୀ ପସାୟତ । ଆଜି ସକାଳ ପ୍ରାୟ ସାଢେ଼ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଗୋପାଳପୁରରୁ ରାୟପୁର ଅଭିମୁଖେ ଯାଉଥିଲା । ତେବେ ଅଁଳାପାଳି ଗାଁ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ଚଢ଼ି ଯାଇଥିଲା । ଫଳରେ ଘର ଭିତରେ ଥିବା ମହିଳାଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଏହାପରେ ଉତ୍ତେକ୍ତ ଲୋକେ ଡ୍ରାଇଭରଙ୍କୁ କାବୁ କରି ମାଡ଼ ମାରିଥିଲେ । ଖବର ପାଇ ମଦନପୁର ରାମପୁର ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛି । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି । ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons