ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଗତକାଲି ବିଳମ୍ବିତ ରାତେିର ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡ଼ା ଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଏଥିରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ସେମାନେ ବାପା, ମା’ ଓ ପୁଅ ବୋଲି ଜଣାଯାଇଛି । ସ୍ଥାନୀୟ ଲୋକେ ବୋମାମାଡ଼ ଶଦ୍ଧ ଶୁଣି ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି । ରାତିରେ ଲୁଟପାଟ କରିବାକୁ ଆସି ୮ ରୁ ୧୦ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବୋମାମାଡ଼ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ କ’ଣ ଲୁଟ୍ ହୋଇଛି, ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ବାଘମାରୀ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।


Comments are closed, but trackbacks and pingbacks are open.