ଘର ଉପରେ ଗଛ ପଡ଼ି ଯୁବକ ମୃତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନ୍ୟୁଜ୍): ରାତିରେ ଖାଇ ସାରି ବିନୋଦ ସାହୁଙ୍କ ପରିବାର ଲୋକେ ଶୋଇଥିଲେ । ସକାଳେ ଘର ଉପରେ ପଡ଼ିଲା ଏକ ମହୁଲ ଗଛ । ପରିବାର ଅନ୍ୟ ସଦସ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିବାବେଳେ ବିନୋଦଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି ଗୋଛାପଡ଼ା ଥାନା ବାଲନ୍ଦାପଡ଼ା ଗ୍ରାମରେ ।
ବିନୋଦଙ୍କ ଘର ନୟାଗଡ଼ । ସେ କିଛି ବର୍ଷ ହେଲା ବାଲନ୍ଦାପଡ଼ା ପଞ୍ଚାୟତ ଅଫିସ ନିକଟରେ ଏକ ଘରେ ପରିବାର ସହ ରହିଆସୁଥିଲେ । ସ୍ତ୍ରୀ ଓ ଦୁଇ ପୁଅ ଗତକାଲି ରାତିରେ ଖାଇ ସାରିବା ପରେ ସମସ୍ତେ ଗୋଟିଏ ଘରେ ଶୋଇଥିଲେ । ଭୋରୁ ନିକଟରେ ଥିବା ଏକ ମହୁଲ ଗଛ ଘର ଉପରେ ପଡ଼ିଯାଇଥିଲା । ବିନୋଦ ଚାପି ହୋଇଯାଇଥିବାବେଳେ ସାହି ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗ୍ରାମବାସୀ ବାଲନ୍ଦାପଡା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବିନୋଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷିତ କରିଛନ୍ତି । ଗୋଛାପଡ଼ା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଦୁଇ ଦିନ ହେଲେ କନ୍ଧମାଳରେ ଝିପ୍ଝିପ୍ ବର୍ଷା ଲାଗିରହିଥିଲା । ଏହି କାରଣରୁ ମାଟି ଦୁର୍ବଳ ହୋଇପଡ଼ିଥିବାରୁ ଗଛଟି ପଡ଼ିଯାଇଥିବା ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି । ବିନୋଦ ରହୁଥିବା ଟାଇଲି ଘରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons