ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ୍): ଗତକାଲି ରାତି ୧୨ଟାରେ ସିଲା ଦିଗାଳଙ୍କ ଘର ବାରି କାନ୍ଥ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ୭୦ ହଜାର ଟଙ୍କା ଓ ସୁନା ଅଳଙ୍କାର । ଏପରିକି କାବୁ କରିବାକୁ ଗଲା ବେଳେ ମାରଣାସ୍ତ୍ର ଦେଖାଇ ଧମକ୍ ଚମକ ଦେଇଥିଲା ଲୁଟେରା । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅନ୍ତର୍ଗତ ବାଇମେଲା ଗ୍ରାମରେ । ଲୁଟେରା ଫେରାର ହୋଇଗଲା ପରେ ଜଣାପଡ଼ିଲା ଘରେ ମୋବାଇଲ୍ ଛାଡ଼ି ପଳାଇଛି । ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୋବାଇଲ୍ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.