ହିନେ୍ଦାଳ,(ବି.ବି.ନୁ୍ୟଜ): ହିନେ୍ଦାଳ ବ୍ଲକ୍ ବାଲିମୀ ଥାନା ଅନ୍ତର୍ଗତ ଝାଡ଼ବନ୍ଧ,ତର୍କାବେଡ଼ା ଓ ଗାଲପଡ଼ା ମୌଜାରେ ନିର୍ମାଣାଧିନ ରୁଙ୍ଗଟା କାରଖାନା ବିରୋଧରେ ଖଣି ସୁରକ୍ଷା ନିଦେ୍ର୍ଧଶାଳୟ(ଡିଜିଏମ୍ଏସ୍) ଭୁବନେଶ୍ୱର ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରୁଙ୍ଗଟା ପକ୍ଷରୁ ଗଭୀର ପୋଖରୀ ଖନନ ନିମନ୍ତେ ହେଉଥିବା ବିସ୍ଫୋରଣରେ ଅଞ୍ଚଳ ଥରି ଉଠୁଛି । ନିକଟସ୍ଥ ଗ୍ରାମର ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ ବୋର୍ୱେଲ୍ ଗୁଡ଼ିକ ଭୁଶୁଡ଼ି ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ରୁଙ୍ଗଟା କର୍ତ୍ତୃପକ୍ଷ ଅଧିଗୃହିତ ପ୍ରାୟ ୩୨ ଏକର ଜମିରେ ଏକ ବିରାଟକାୟ ପୋଖରୀ ଖନନ କରୁଛି । ପ୍ରାୟ ୪୦ ଫୁଟ ଗଭୀର ବିଶିÂ ପୋଖରୀ ଖନନ ନିମନ୍ତେ ପଥରକୁ ବ୍ଲାଷ୍ଟିଂ କରାଯାଉଛି । ବଡ଼ବଡ଼ ପଥର ଚଟାଣରେ ମେସିନ୍ ସହାୟତାରେ ପ୍ରାୟ ୧୦ରୁ ୧୫ ଫୁଟ ଲେଖାଏଁ ଡ୍ରିଲ୍ କରାଯାଇ ଉଚ୍ଚ ଶକ୍ତିସମ୍ପନ୍ନ ବିସ୍ଫୋରକ ଭର୍ତ୍ତି କରାଯାଇ ତାହାକୁ ବ୍ଲାଷ୍ଟିଂ କରାଯାଉଛି । ବ୍ଲାଷ୍ଟିଂ ସମୟରେ ଆଖପାଖ ଅଞ୍ଚଳ ଭୂମିକମ୍ପ ହେବା ପରି ଥରି ଉଠୁଛି । ଘର କାନ୍ଥ ଗୁଡ଼ିକରେ ଫାଟ ସୃଷ୍ଟି ହେବା ସହ ବୋର୍ୱେଲ୍ ଭୁଶୁଡ଼ି ପଡୁଛି । ଅଧିକାଂଶ ବୋର୍ୱେଲ୍ରୁ ଗୋଳିଆ ମାଟିମିଶା ପାଣି ବାହାରୁଛି । ଏପରିକି ମନ୍ଦିର ଓ ବିଦ୍ୟାଳୟ ଗୃହର କାନ୍ଥ ମଧ୍ୟ ଫାଟି ଯାଉଛି । ଏହାକୁ ନେଇ ଗାଲପଡ଼ା, ଝାଡ଼ବନ୍ଧ ଓ କୋଠାଳୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଏଭଳି ବିସ୍ଫୋରଣ ଜାରୀ ରହିଲେ ଘର ଯେ କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଅଳ୍ପ ଗଭୀର ଡ୍ରିଲ୍ କରି ହାଲ୍କା ବିସ୍ଫୋରଣ କରିବା ପରିବର୍ତ୍ତେ ପଥର ଚଟାଣରେ ଗଭୀର ଡ୍ରିଲ୍ କରି ଶକ୍ତିଶାଳୀ ବିସ୍ଫୋରଣ କରାଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି । ଏହାକୁ ନେଇ ଦୁଷ୍ମନ୍ତ କୁମାର ମହାପାତ୍ର, ଅନାମ ଚରଣ ବେହେରା, ମହେଶ କୁମାର ନାଏକ, ସୁନିତା ମହାପାତ୍ର, ଅନୁପମା ମହାପାତ୍ର, ଦୁଃଶାସନ ଦାସ, ପିଣ୍ଟୁ ବେହେରା, କିରଣ ବେହେରା, ପଙ୍କଜ କୁମାର ବେହେରା,ନିରୁପମା ସାହୁ, ଅନୁପମା ମହାପାତ୍ର, ଯୋଗିନାଥ ବେହେରା, ଟୁନା ବେହେରା, ଲଷ୍ମୀଧର ସାହୁ, ଶରତ ମହାପାତ୍ର ପ୍ରମୁଖ ଡିଜିଏମ୍ଏସ୍ ନିକଟରେ ଅଭିଯୋଗ କରିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ତୁରନ୍ତ ବ୍ଲାଷ୍ଟିଂକୁ ବନ୍ଦ କରାଇବା ସହ କ୍ଷୟକ୍ଷତିକୁ ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ପ୍ରଜା ଦାବି କରିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଗ୍ରାମାବାସୀ ଏକ୍ସପ୍ଲୋସିଭ୍ କଣ୍ଟେ୍ରାଲର୍ ନାଗପୁର, ଢେଙ୍କାନାଳ ଜିଲ୍ଲାପାଳ, ରୁଙ୍ଗଟା କମ୍ପାନ ର ଜେଭିପି ଓ ସ୍ଥାନୀୟ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
Comments are closed, but trackbacks and pingbacks are open.