ଘର ପଛପଟ କୂଅରୁ ଯୁବକଙ୍କ ମୃତଦେହ ଠାବ

Get real time updates directly on you device, subscribe now.

କାମାକ୍ଷାନଗର: କୂଅରେ ପଡି ଯୁବକ ମୃତ୍ୟୁ । ମୃତକ ହେଲେ କାମାକ୍ଷାନଗର ଥାନା ମାଳପୁରାର ଅଶୋକ ନାୟକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରୁ ଅଶୋକ ଘରୁ ଆସି ଆଉ ଫେରି ନଥିଲେ। ବିଳମ୍ବିତ ରାତି ଯାଏଁ ଅଶୋକ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ଘର ପଛେ ଥିବା କୂଅରେ ଅଶୋକ ଭାସୁଥିବାର ପରିବାର ଲୋକେ ଦେଖିଥିଲେ । ତୁରନ୍ତ ଏନେଇ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଏହା ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons