ଘର ଭିତରୁ ଧଳା ପେଚା ଉଦ୍ଧାର

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ବଲାଙ୍ଗିର ଉପକଣ୍ଠସ୍ଥ ଛତାବାହାଲର ଜନ୍ମେଜୟ ନାଏକଙ୍କ ଘରୁ ଆଜି ସକାଳେ ଏକ ଧଳା ପେଚା ଉଦ୍ଧାର କରାଯାଇଛି । ଆଜି ଭୋରରୁ ଶ୍ରୀ ନାଏକଙ୍କ ଘର ଭିତରେ ପେଚାଟି ଆସି ରହିଯାଇଥିଲା । ତାକୁ ଦେଖିବାପରେ ଶ୍ରୀ ନାୟକ ବଲାଙ୍ଗୀର ସ୍ନେକ ରେସକୁ୍ୟ ଟିମର ସଦସ୍୍ୟ ଶୁଭେନ୍ଦୁ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ । ଶୁଭେନ୍ଦୁ ସେଠାକୁ ଯାଇ ପେଚାଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।
ପ୍ରକାଶ ଯେ, ଧଳା ପେଚାକୁ ସାଧାରଣତଃ ଲକ୍ଷ୍ମୀ ପେଚା କୁହାଯାଇଥାଏ । ଏହି ପେଚାଟି ପ୍ରାୟ ଲାଜକୁଳିଆ ସ୍ୱଭାବର । ଉଡିବା ସମ୍ୟରେ ଏହାର ପରରୁ ଶବ୍ଦ ହେଉନଥିବାରୁ ତାର ପର ଏହାକୁ ଶିକାରରେ ସାହାଯ୍ୟ କରିଥାଏ । ଏହାର ଲମ୍ବ ପ୍ରାୟ ୩୦ରୁ ୪୫ ସେଣ୍ଟିମିଟର ଏବଂ ଉଚ୍ଚତା ୧୮୦ରୁ ୭୦୦ଗ୍ରାମ ହୋଇଥାଏ । ଗଛ କୋରଡରେ ବସା କରି ରହୁଥିବା ଏହି ପେଚା ବର୍ତ୍ତମାନ ଜଙ୍ଗଲ କ୍ଷୟ ଯୋଗୁଁ ଜନବସତି ମୁହାଁ ହେଉଥିବା ପରିବେଶବିତ୍ମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons