ମୋହନା : ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ହାଟପଦା ଠାରେ ଅଭାବନୀୟ ଘଟଣା । ବନ୍ଦ କଠୋରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ କର୍ଚ୍ଚବାଡି ପଞ୍ଚାୟତ କନ୍ଧ ଅଡବା ଗାଁର ପଙ୍କଜ ନାୟକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନ୍ଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଆଠ ଦିନ ତଳେ ଗଞ୍ଜାମ ଜିଲ୍ଲା ଆସ୍କାର ଅନାଦି ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଚନ୍ଦ୍ରଗିରି ଗାଁର ହାଟପଦା ଠାରେ ପୁରୁଷୋତ୍ତମ ଉଠାଣ ସିଂଙ୍କ ଏକ ଭଡାଘରେ ରହୁଥିଲେ । କିନ୍ତୁ ସ୍ୱାମୀ ଅନାଦି ପଙ୍କଜକୁ ବାରମ୍ବାର ମାରପିଟ କରୁଥିବାରୁ ଦୁଇ ଦିନ ତଳେ ଘରମାଲିକଙ୍କ ଝିଅ ଗୀତାଞ୍ଜଳି ଉଠାଣସିଂ ଙ୍କ ସହ ମିଶି ଚନ୍ଦ୍ରଗିରି ଫାଣ୍ଡିରେ ଅଭିଯୋଗ ଜଣାଇଥିଲେ ।
ତେବେ ଆଜି ଉକ୍ତ ଘରୁ ଧୁଆଁ ବାହାରୁଥିବା ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରେ ପଙ୍କଜଙ୍କ ଦରପୋଡା ମୃତଦେହ ଜବତ କରିଛି । ତେବେ ମୃତ ମହିଳାଙ୍କ ସ୍ବାମୀ ଅନାଦି ଫେରାର ଥିବା ବେଳେ ଏହା ଘଟଣା ର ତଦନ୍ତ ଜାରି ରଖିଛନ୍ତି ମୋହନା ପୋଲିସ ଟିମ୍।


Comments are closed, but trackbacks and pingbacks are open.