ମାଲକାନଗିରି, (ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ମାଡ଼କାପଦର ଘାଟିରେ ଟ୍ରାକ୍ଟର ଓଲଟି ୪୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଟ୍ରାକ୍ଟରଟି ଶ୍ରମିକମାନଙ୍କୁ ମଡ଼ାକାପଦରରୁ ଗୋବିନ୍ଦପାଲିର ଅଭିମୁଖେ ଯାଉଥିଲା । ଏହି ସମୟରେ ମାଡ଼କାପଦର ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ଶ୍ରମିକମାନଙ୍କୁ ପ୍ରଥମେ ଗୋବିନ୍ଦପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମାଥିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ଷା ଯୋଗୁଁ ରାସ୍ତା ଖରାପ ହୋଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.