ଜୟପୁର,(ବି.ବି.ନୁ୍ୟଜ୍): ଜାତୀୟ ରାଜପଥ-୨୬ର କୋରାପୁଟ ଘାଟିରେ ଆଜି ଅପରାହ୍ନରେ ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ଓଲଟି ପଡିଛି । ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଟ୍ୟାଙ୍କର (ସିଜି ୦୭ ବିସି-୯୨୧୮) ବିଶାଖାପାଟଣାରୁ ରାୟପୁର ଆସୁଥିଲା । କୋରାପୁଟ ଘାଟିର ଉପରମୁଣ୍ଡରେ ଥିବା ଶେଷ ମୋଡ଼ରେ ଗାଡିର ହଠାତ୍ ବ୍ରେକ ଫେଲ୍ ହୋଇଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଗାଡିଟି ଘାଟି ପାଖ ନାଳ ଭିତରେ ପଶିଯାଇଥିଲା । ଟ୍ୟାଙ୍କର ଖାଲି ଥିବାରୁ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ମଳିଥିଲା ।
Comments are closed, but trackbacks and pingbacks are open.