ଘାଟିରେ ଓଲଟି ପଡ଼ିଲା କୋଭିଡ୍ ଭ୍ୟାନ୍

Get real time updates directly on you device, subscribe now.

ମୋହନା,(ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗି ଘାଟିରେ ଏକ କୋଭିଡ଼ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାଁ ବିକାଶ ଶବର । ତାଙ୍କ ଘର ଜିରାଙ୍ଗ ଗାଁରେ । ଗତକାଲି ରାତିରେ ଭ୍ୟାନଟି ଚାନ୍ଦିପୁରରୁ ୨ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ପାରଳାଖେମୁଣ୍ଡି କୋଭିଡ୍ ହସ୍ପିଟାଲକୁ ଯାଇଥିଲା । ସେଠାରେ ସେମାନଙ୍କୁ ଛାଡ଼ି ମୋହନା ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ନାରିଙ୍ଗି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପଛରେ ଅନ୍ୟ ଏକ ଗାଡ଼ି ମେଡିକାଲ କର୍ମଚାରୀମାନଙ୍କୁ ଧରି ଫେରୁଥିଲା । ସେହି ମେଡିକାଲ କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ଭ୍ୟାନରୁ ଚାଳକଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି । ତେବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons