ଚନ୍ଦନ କାଠ ଜବତ, ୫ ଗିରଫ

Get real time updates directly on you device, subscribe now.

ରାୟଗଡ, (ବି.ବି.ନ୍ୟୁଜ୍): ରା.ଉଦୟଗିରି ଥାନା ପୁଲିସ ଚନ୍ଦନ କାଠ ଚୋରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର କୁଆଁପଡ଼ା ଗ୍ରାମର ଆଦିକନ୍ଦ ପାଇକଙ୍କ ଅଭିଯୋଗ କ୍ରମେ ରା.ଉଦୟଗିରି ପୁଲିସ ମହେନ୍ଦ୍ରଗଡ ଅଞ୍ଚଳରେ ଚଢଉ କରିଥିଲା । ଏ ସମୟରେ ଲାଚା ଯାଇଥିବା ଏକ ଚନ୍ଦନ ଗଛ ଗଣ୍ଡିକୁ ଜବତ କରାଯାଇଛି । ଜବତ ହୋଇଥିବା ଚନ୍ଦନ କାଠ ଗଣ୍ଡିର ଲମ୍ବ ୮୫ ସେମି ଓ ଓଜନ ପ୍ରାୟ ୨୧ କିଲୋ ୮୫୦ ଗ୍ରାମ ହେବ ବୋଲି ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦,୪୦୦ ଟଙ୍କା ହେବ ବୋଲି ଏସ୍ଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି । ଏହି ଘଟଣାରେ ଗିରଫ ମାନେ ହେଲେ ଲଷ୍ମୀକାନ୍ତ ମାଳୀ(୨୫), ସୁବଧ ନାୟକ(୨୨), ପ୍ରସନ୍ନ କୁମାର ନାୟକ(୧୯), ହେମନ୍ତ ନାୟକ(୨୦), ବିନୋଦ ନାୟକ(୨୪) । ସମସ୍ତ ଗିରଫ ମୋହନା ଥାନା ବାଲିପଙ୍ଗା ଗ୍ରାମର ବୋଲି ପୁଲିସ କହିଛି । ଗୁରୁବାର ସନ୍ଧ୍ୟା ୪ଟାରେ ସମସ୍ତଙ୍କୁ ରା.ଉଦୟଗିରି ପୁଲିସ ଗିରଫ କରିଥିଲା । ଏଏସ୍ଆଇ ନରସିଂହ ମହାପାତ୍ର ଏହାର ତଦନ୍ତ କରୁଥିଲେ । ଏହି ଘଟଣାରେ ପୁଲିସ ୯୦/୧୯ରେ ଏକ ମାମଲା ରୁଜୁ ହୋଇଥିବା ରା.ଉଦୟଗିରି ଥାନାଧିକାରିରିଣୀ ମମତା ନାୟକ ଓ ଏସ୍ଡିପିଓ ଅଶୋକ କୁମାର ମହାନ୍ତି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons