
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆଜି ଚାଷୀ ନେତା ଖେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡିଠାରୁ ନବରଙ୍ଗପୁର ପର୍ୟ୍ୟନ୍ତ ଦୀର୍ଘ ୧୩୦ କିମି କିଷାନ୍ ପଦଯାତ୍ରା ଆଜି ଆରମ୍ଭ ହୋଇଛି। ଆଜି ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପ୍ସ ଠାରେ ଏକତ୍ରିତ ହୋଇ ପଦଯାତ୍ରାରେ ଭାଗ ନେଇଥିଲେ । ଗ୍ରାମ୍ୟ ପୂଜାରୀ ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦ ଯାତ୍ରା ଝରିଗାଁ, ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମରେ ରହଣୀ କରି ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ଠାରେ ପହଞ୍ଚିଛି। ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ବାଘ ପ୍ରକାଶ କରିଛନ୍ତି। ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରାରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି, ଜଙ୍ଗଲ ଜମି ପଟ୍ଟାର ଅଧିକାର, ମଣ୍ଡି ଦୁର୍ନୀତିରେ ଜଡ଼ିତ ବ୍ୟକ୍ତି ଓ ମିଲରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ, ମଣ୍ଡିରୁ ସମସ୍ତ ଚାଷୀଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀ ଶୀଘ୍ର ପଇସା ପ୍ରଦାନ ଆଦି ଦାବି ଗୁଡ଼ିକ ରହିଛି। ଆଜିର କାର୍ୟ୍ୟକ୍ରମରେ ପଦଯାତ୍ରାର ଆବାହକ ତଥା ଚାଷୀ ନେତା ଖେମରାଜ ବାଘଙ୍କ ସମେତ ବହୁଚାଷୀ ଯୋଗ ଦେଇଛନ୍ତି ।


Comments are closed, but trackbacks and pingbacks are open.