ଚନ୍ଦାହାଣ୍ଡିରୁ ନବରଙ୍ଗପୁରକୁ ଚାଷୀଙ୍କ ପଦଯାତ୍ରା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ୟ୍ୟନ୍ତ ଦୀର୍ଘ ୧୫୦ କିମି ଏକ କିଷାନ୍ ପଦଯାତ୍ରା ଅନୁଷ୍ଠିତ ହଇଯାଇଛି ଆଜି ଚତୁର୍ଥ ଦିନରେ ଡାବୁଗାଁ ବାବା ଭୈରବଙ୍କ ମାଟିରେ ପହଁଚି ଛନ୍ତି ଚାଷୀ ଭାଇ ମାନେ । ୩ ତାରିଖ ଠାରୁ ସକାଳ ୮ ଘଣ୍ଟା ଠାରୁ ଏହି ପଦଯାତ୍ରା ଚନ୍ଦାହାଣ୍ଡି ଲେମ୍ପ୍ପ ସମ୍ମୁଖରୁ ଆରମ୍ଭ ହୋଇ ଝରିଗାଁ,ଉମରକୋଟ , ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମ ରେ ରହଣି କରି ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ଠାରେ ପହଞ୍ଚି ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଏ ନେଇ ଏକ ସ୍ମାରକ ପତ୍ର ଦେବାର କାର୍ୟ୍ୟକ୍ରମ ରହିଛି। ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରା ରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି,ଜଙ୍ଗଲ ଜମି ପଟ୍ଟା ର ଅଧିକାର,ମଣ୍ଡି ଦୁର୍ନୀତି ରେ ଜଡ଼ିତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ,ମଣ୍ଡି ରୁ ସମସ୍ତ ଚାଷୀ ଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀ ଶୀଘ୍ର ପଇସା ପ୍ରଦାନ ଆଦି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ପଦଯାତ୍ରା ର ଆବାହକ ତଥା ଚାଷୀ ନେତା କ୍ଷେମ ରାଜ ବାଘ ଙ୍କ ସମେତ ଡମ୍ବରୁ ହରିନା, ହୁମେଶ୍ବର ହଂସ,ନାରାୟଣ ହଂସ, ମଣି ରାମ ମାଝୀ,ପରବେ କଟା,ବଳି କଟା,ଗୁରୁ କେତକୀ, ନାରଦ ହଂସ,କୃଷ୍ ବାଘ,ସିନ୍ଦୂର ଲାଲ୍ ମାଝୀ,ନିରଞ୍ଜନ ମାଝୀ, ଟଙ୍କ ହଂସ,ଚନ୍ଦ୍ର ବନ୍ଦୀ ଛୋଡ,ରାମ ହଂସ ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପୂର୍ଣ ଚାଷୀ ଓ ଅଣ ରାଜନୈତିକ କାର୍ୟ୍ୟକ୍ରମ ହୋଇଥିବାରୁ ଚାଷୀ ଙ୍କ ବୃହତ୍ ସ୍ବାର୍ଥ ଦୃଷ୍ଟି ରୁ ଦଳ ମତ ନିର୍ବିଶେଷରେ ସମସ୍ତେ ଯୋଗଦାନ କରିଛନ୍ତି । ଏହି ପଦଯାତ୍ରା କୁ ଡାବୁଗାଁ କୃଷକ ସଂଘ ମଧ୍ୟ ସମର୍ଥନ କଣାଇ ଛନ୍ତି ଏବଂ ଡାବୁଗାଁ ର ଚାଷୀସଙ୍ଗଠନ ରୋ ପ୍ରମୁଖ ସତ୍ୟ ରଞ୍ଜନ ପାତ୍ର ଏବଂ କିଛି ଚାଷୀଭାଇ ବାବି ଜେନା,ଗୁପ୍ତ ବିଶୟି,ରାଜା ବାବୁ ,ପ୍ରକାଶ ପଣ୍ଡା, ବଗୁଲା ଜେନା, ତାରିଣୀ ରେଲିଙ୍କ ସହଯୋଗରେ ଡାବୁଗାଁ ଠାରେ ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons