ଭୁବନେଶ୍ବର: ଭୁବନେଶ୍ବର ଅରୁଗୁଳ ସ୍ଥିତି ଆଇଆଇଟିର ଆଜି ଅଷ୍ଟମ ସମାବର୍ତ୍ତନ ଉତ୍ସବ । ଏଥିରେ ଯୋଗ ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ସିବନ୍ । କେ. ସିବନ୍ଙ୍କ ଯୋଗଦାନକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି ।
ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଚନ୍ଦ୍ରାୟନ-୨ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ସିବନ୍ । ସେ କହିଥିଲେ ଯେ, ଚନ୍ଦ୍ରାୟନ-୨ରେ ୯୮ ପ୍ରତିଶତ ସଫଳତା ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କ କାର୍ୟ୍ୟଧାରାକୁ ସେ ପ୍ରଶଂସା କରିଛନ୍ତି । ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ତାହାର ଅନୁସନ୍ଧାନ ଚାଲିଛି । ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆସନ୍ତାବର୍ଷ ଇସ୍ରୋର ଆଗାମୀ ମିଶନ ଗଗନାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସିବନ୍ କହିଛନ୍ତି ।
Comments are closed, but trackbacks and pingbacks are open.