ଚନ୍ଦ୍ରଯାନ-୨ର କ୍ୟାମେରାରୁ ପୃଥିବୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଦ୍ୱାରା ଉଠାଯାଇଥିବା ପୃଥିବୀର କିଛି ଫଟୋକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆଜି ସାର୍ବଜନୀନ କରିଛି । ଇସ୍ରୋ ଦ୍ୱାରା ଦିଆଯାଇଥିଲା ସୂଚନା ଅନୁସାରେ, ଲକ୍ଷ ଲକ୍ଷ ମାଇଲ ଦୂରରୁ ଏହି ଫଟୋ ଉଠାଯାଇଛି । ଚନ୍ଦ୍ରଯାନ-୨ ମିଶନରେ ପ୍ରେରଣ କରାଯାଇଥିବା ଲ୍ୟାଣ୍ଡର ବିକ୍ରମରେ ସଂଯୁକ୍ତ ଏକ କ୍ୟାମେରା ଦ୍ୱାରା ଶନିବାର ଏହି ଫଟୋ ଉତ୍ତୋଳନ କରାଯାଇଛି ।
ଇସ୍ରୋ ପୂର୍ବରୁ କହିସାରିଛି କି ଚଳିତ ମାସ ୬ ତାରିଖରେ ପୁଣି ଥରେ ଚନ୍ଦ୍ରଯାନ-୨ର କକ୍ଷପଥରେ କିଛି ପରିବର୍ତ୍ତନ କରାଯିବ । ଗତ ମାସ ୨୨ ତାରିଖରେ ଏହି ମହାକାଶଯାନକୁ ପ୍ରେରଣ କରାଯାଇଥିଲା । ଏଥିରେ ଲାଗିଥିବା ଲ୍ୟାଣ୍ଡର ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଆକଳନ କରାଯାଇଛି ।
ଭାରତ ୨୦୦୮ ମସିହାରେ ଚନ୍ଦ୍ରଯାନ-୧ ପ୍ରେରଣ କରିଥିଲା । ଏହାର ୧୧ ବର୍ଷ ପରେ ଭାରତ ପୁଣି ଥରେ ଚନ୍ଦ୍ରକୁ ଆଉ ଏକ ମହାକାଶଯାନ ପ୍ରେରଣ କରିଛି । ଏହି ମିଶନ ପାଇଁ ୯୭୮ କୋଟି ଟଙ୍କା ବ୍ୟୟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons