ସେପ୍ଟେମ୍ବର ୭ ରାତି ୧ଟା ୫୫ରେ ଚନ୍ଦ୍ରରେ ଅବତରଣ
ନୂଆଦିଲ୍ଲୀ: ଭାରତ ଦ୍ୱାରା ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ଧୀରେ ଧୀରେ ଚନ୍ଦ୍ରର ନିକଟତର ହେଉଛି । ଆଜି ସକାଳେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଛି । ଆସନ୍ତା ମାସ ୭ ତାରିଖ ରାତି ୧ଟା ୫୫ରେ ଏଥିରେ ଲାଗିଥିବା ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।
ଇସ୍ରୋର ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି କି ଏଥିପାଇଁ ସକାଳ ୯ଟାରେ ସଂସ୍ଥାର ବୈଜ୍ଞାନିକମାନେ କିଛି ବିଶେଷ ପଦକ୍ଷେପ ନେଇଥିଲେ । ସେମାନେ ଏହି ଯାନର ବେଗକୁ ପ୍ରାୟ ୯୦ଧ କମାଇଥିଲେ । ଏପରି କରିନଥିଲେ ସେଥିରେ ସଂଯୁକ୍ତ ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇ ମହାକାଶରେ ନଷ୍ଟ ହୋଇଯାଇଥାନ୍ତେ । ବେଗ କମାଇବା ପରେ ଏହାର ଦିଗ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାକୁ ଚନ୍ଦ୍ର କକ୍ଷରେ ସଫଳତାର ସହ ଅବସ୍ଥାପିତ କରାଯାଇଥିଲା ।
ଏହାପରେ ଆହୁରି ଚାରି ଥର ଏହାର କକ୍ଷ ପଥରେ ପରିବର୍ତ୍ତନ କରାଯିବ ଏବଂ ଏହାକୁ ଚନ୍ଦ୍ରର ଆହୁରି ନିକଟତମ କକ୍ଷକୁ ନିଆଯିବ । ଚନ୍ଦ୍ର ଠାରୁ ମାତ୍ର ୧୦୦ କିମି ଉଚ୍ଚତାରେ ଥିବା ସମୟରେ ସେପ୍ଟେମ୍ବର ୨ରେ ଏଥିରୁ ଲ୍ୟାଣ୍ଡର ‘ବିକ୍ରମ’ ପୃଥକ୍ ହେବ ଏବଂ ୭ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ଏବଂ ଏହାପରେ ସେଥିରୁ ରୋଭର ବାହାରି ସେଠାରେ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରିବ ।
ସୂଚନାଯୋଗ୍ୟ, ଭାରତ ଗତ ମାସରେ ଜିଏସଏଲଭି ଏମକେ-୩ ରକେଟ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରିଥିଲା । ଏହି ମିଶନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ବ୍ୟୟ କରାଯାଇଛି ।
Comments are closed, but trackbacks and pingbacks are open.