ଚମକିବ ମା’ ଶାରଳାଙ୍କ ମନ୍ଦିର:ସରକାର ଦେଲେ କୋଟିଏ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ରାଜ୍ୟ ସରକାର ମା’ ଶାରଳାଙ୍କ ମନ୍ଦିରର ନବକଳେବର ପାଇଁ ଏକ କୋଟି ଟଙ୍କା ଦେଇଛନ୍ତି । ଏଣୁ ଜଗତସିଂହପୁର ଜିଲ୍ଲାର ଅଧିÂାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଆଗାମୀ ଦିନରେ ଚମକି ଉଠିବାର ଆଶା ଜାଗି ଉଠିଛି । ଏହି ଅର୍ଥରେ ମନ୍ଦିରର ପାଚେରି, ରୋଷ ଘର, ଶ୍ରଦ୍ଧାଳୁମାନଙ୍କ ବିଶ୍ରାମ ଲାଗି ଯାତ୍ରୀ ନିବାସ, ଦାରୁସ୍ଥଳର ଉନ୍ନତିକରଣ ସହ କମୁ୍ୟନିଟି ସେଣ୍ଟର ଆଦି ନିର୍ମାଣ କରାଯିବାର ଖସଡ଼ା ପ୍ରସ୍ତୁତ କରାଯାଇଛି । ବିଗତ କିଛି ମାସ ହେଲାଣି ମା’ ଶାରଳାଙ୍କ ମନ୍ଦିରରେ କିଛି ବିଶୃଙ୍ଖଳା ସୃଷ୍ଟି ହୋଇ ଆସୁଛି । ତଥାପି ସବୁ ଦିଗ ଉପରେ ନଜର ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ଦିର ଉନ୍ନତିକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ନିକଟରେ ଜିଲ୍ଲା ପୂର୍ତ୍ତ ବିଭାଗ ଜରିଆରେ ଜିଲ୍ଲାପାଳ ଝଙ୍କଡ଼ ପୀଠର ମା’ ଶାରଳାଙ୍କ ମନ୍ଦିରର ନବକଳେବର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯାହା ଏବେ ସରକାରଙ୍କ ଅର୍ଥ ମଞ୍ଜୁରୀ ପରେ ସାକାର ହେବାକୁ ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons