ଚମକିଲେ ବିଜାପୁରର ରଜତ

Get real time updates directly on you device, subscribe now.

ବୋରିଗୁମ୍ମା,(ମାନସ ରଥଙ୍କ ରିପୋର୍ଟ): ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଚମକିଲେ ବୋରିଗୁମ୍ମା ବ୍ଲକ୍ ବିଜାପୁର ଗାଁର ରଜତ ପଣ୍ଡା । ତେଲେଙ୍ଗାନାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରଜତ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ।
ହାଇଦ୍ରାବାଦର କେ.ଏଲ୍.ଏନ୍. ପ୍ରସାଦ ଅଡିଟୋରିୟମ୍ରେ ଗତ ଏପ୍ରିଲ୍ ୩ ତାରିଖରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ପୁରୁଷ, ମହିଳା ଓ ଦିବ୍ୟାଙ୍ଗ ବର୍ଗରେ ୨୫୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସିନିୟର ବିଭାଗର ୧୭୨ ଉଚ୍ଚତାରେ ରନ୍ର ଅପ୍ ହୋଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ବିଜାପୁର ଗାଁର ରଜତ । ଉତ୍ସବରେ ମୁଖ୍ୟଅତିଥି ଭାବେ ସୟଦ ଅଫ୍ଜାଲ ହାସମୀ ଯୋଗଦେଇ ରଜତଙ୍କୁ ମେଡାଲ୍ ଓ ଟ୍ରଫି, ଜିମ୍ କିଟ୍ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ରଜତଙ୍କ ସଫଳତା ପରେ ତାଙ୍କ ବାପା ବିଜୟକୁମାର ପଣ୍ଡା ଓ ମା’କୁନି ପଣ୍ଡା ଖୁସି ପ୍ରକଟ କରିଛନ୍ତି । ଏଥିପାଇଁ ରଜତ ତାଙ୍କ ଟ୍ରେନର ଅରୁଣକୁମାର ଓ କିରଣ କୁମାରଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଏହି ସଫଳତା ପରେ ରଜତଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରଜତ କହିଛନ୍ତି ଯେ, ଆଗକୁ ମିଷ୍ଟର ସାଉଥ୍୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବା ଲାଗି ସେ ଆଶା ରଖିଛନ୍ତି । ଅନ୍ୟପକ୍ଷରେ ରଜତଙ୍କ ସଫଳତା ପାଇଁ ଓସିଏ ଉପସଭାପତି ଅନୁପ ପାତ୍ର ଶୁଭେଚ୍ଛା ଜଣାଇବା ସହ ଆବଶ୍ୟକ ପଡିଲେ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons