ଚମଡ଼ା ଖୋଳରେ ପିସ୍ତଲ ସହ ଶ୍ରୀମନ୍ଦିର ପ୍ରବେଶ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ନୂତନ ଏସ୍ପି ଅଖିଳେଶ୍ୱର ସିଂହ ସୋମବାର ପୁରୀ ଆସିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଏସ୍ପି ନିଜର ଚମଡା ବେଲ୍ଟ, ଜୋତା ଆଦି ବାହାର କରି ଦେଇଥିଲେ । ହାତକୁ ସାନିଟାଇଜ କରିଥିଲେ । ତାଙ୍କ ସହ ଶ୍ରୀମନ୍ଦିର ଯାଇଥିବା ଜିଲ୍ଲାର ଅଫିିସରମାନେ ବେଲ୍ଟ ନ ଖୋଲି ମନ୍ଦିର ପ୍ରବେଶ କରିଥିଲେ । କିନ୍ତୁ ଏସ୍ପିଙ୍କ ସୁରକ୍ଷା କର୍ମୀ ଚମଡା ବେଲ୍ଟ ପିନ୍ଧିଥିଲେ । ଅଣ୍ଟାରେ ଚମଡା ଖୋଳରେ ଏକ ପିସ୍ତଲ ସହ ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ଏହି ଦୃଶ୍ୟକୁ ଗଣମାଧ୍ୟମ ଭିଡିଓ କ୍ୟାମେରା ଏବଂ ଷ୍ଟିଲ କ୍ୟାମେରା ରେକର୍ଡ କରିଥିଲା । ଏହି ଫଟୋ ଆଜି ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା । ଶ୍ରୀମନ୍ଦିର ନୀତି ନିୟମ ଜାଣି ନଥିବା କର୍ମଚାରୀଙ୍କୁ ଏସ୍ପିଙ୍କ ସୁରକ୍ଷାକର୍ମୀ ରୂପେ ନିୟୋଜିତ ନକରିବାକୁ ସହରବାସୀ ଦାବି କରିଛନ୍ତି । ସିଂହଦ୍ୱାରରେ ଥିବା ସୁରକ୍ଷା କର୍ମୀ କାହିଁକି ଅଟକାଇଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons