ୱାସିଂଟନ୍: ଆମେରିକାର ବହୁଦେଶୀୟ କମ୍ପାନି ୱାଲ୍ମାର୍ଟର ବ୍ୟବସାୟିକ କାରବାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । କମ୍ପାନିର ମୁଖ୍ୟ ପୃଷ୍ଠପୋଷକ ୱାଲଟନ୍ ପରିବାରର ଆୟ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ୱାଲଟନ୍ ପରିବାର ପ୍ରତି ଘଣ୍ଟାରେ ୪ ନିୟୁତ ଡଲାର ବା ୨୮ କୋଟି ଟଙ୍କା ଆୟ କରୁଛି । ଦିନକୁ ଏମାନଙ୍କର ଆୟ ପାଖାପାଖି ୧୦ କୋଟି ଡଲାର ବା ୭୦୦ କୋଟି ଟଙ୍କା ହୋଇଛି । ସେହିଭଳି ଗୋଟିଏ ମିନିଟ୍ରେ ଆୟ ୭୦,୦୦୦ ଡଲାର ବା ୪୯ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।
ଗତବର୍ଷ ବ୍ଲୁମ୍ବର୍ଗ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାର ତାଲିକା ପ୍ରକାଶ ପାଇବା ପରଠାରୁ ୱାଲଟନ୍ ପରିବାରର ସମ୍ପଞ୍ଚି ବୃଦ୍ଧି ପାଉଛି । ଶ୍ରେଷ୍ଠ ଧନୀ ପରିବାର ତାଲିକାରେ ୱାଲଟନ ପରିବାର ଶୀର୍ଷରେ ରହିଛି । ୱାଲମାର୍ଟ ପ୍ରତିଷ୍ଠାତା ସାମ୍ ୱାଲଟନ୍ଙ୍କ ପରିବାର ସଦସ୍ୟମାନେ ଏହି ସମ୍ପଞ୍ଚିର ଅଧିକାରୀ ହୋଇଛନ୍ତି ।
୨୦୧୮ ଜୁନ୍ ର୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନ ହାସଲ କରିବା ପରେ ୱାଲଟନ ପରିବାରର ସମ୍ପଞ୍ଚି ୩,୯୦୦ କୋଟି ଡଲାର ବୃଦ୍ଧି ପାଇଛି । ଏହା ୧୯,୧୦୦ କୋଟି ଡଲାରରେ ପହଞ୍ଚିଛି । ପାରିବାରିକ ସମ୍ପଞ୍ଚି ଦୃଷ୍ଟିରୁ ଆମେରିକାର ମାର୍ସ ପରିବାର (କନ୍ଫେକ୍ସନାରି ଉତ୍ପାଦ କମ୍ପାନି) ୱାଲଟନ ପରିବାର ପଛକୁ ଦ୍ୱିତୀୟରେ ରହିଛି । ଏମାନଙ୍କ ମୋଟ ସମ୍ପଞ୍ଚି ୩,୭୦୦ କୋଟି ଡଲାର ବଢ଼ି ୧୨,୭୦୦ କୋଟି ଡଲାରରେ ପହଞ୍ଚିଛି । ସେହିଭଳି କୋଚସ ପରିବାର(ଉଭୟ ବ୍ୟବସାୟ ଏବଂ ରାଜନୀତିରେ ଅଗ୍ରଣୀ)ର ସମ୍ପଞ୍ଚି ୨,୬୦୦ କୋଟି ଡଲାର ବଢ଼ି ୧୨,୫୦୦ କୋଟି ଡଲାରରେ ପହଞ୍ଚିଛି ।
ରିପୋର୍ଟ ମୁତାବକ ବିଶ୍ୱର ୨୫ ଶ୍ରେଷ୍ଠ ଧନୀ ପରିବାରର ମୋଟ ସମ୍ପଞ୍ଚି ପରିମାଣ ଏବେ ୧.୪ ଲକ୍ଷ କୋଟି ଡଲାର ରହିଛି । ଗତବର୍ଷ ତୁଳନାରେ ଏହା ୨୪ଧ ବୃଦ୍ଧି ପାଇଛି । ଏ ନେଇ କିଛି ସମାଲୋଚକ କହିଛନ୍ତି, ଏହି ଚିତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ପୁଞ୍ଜିବାଦର ଅବସାନ ଘଟିବା ଆବଶ୍ୟକ । ଅସମାନତା ଏବେ ବିସ୍ଫୋରକ ରାଜନୈତିକ ପ୍ରସଙ୍ଗ ପାଲଟିଛି । ପ୍ୟାରିସ୍ରୁ ସିଆଟଲ୍ ଏବଂ ହଂକଂ ପର୍ଯ୍ୟନ୍ତ ସବୁଠି ଏହି ବୈଷମ୍ୟ ଦେଖିବାକୁ ମିଳିଛି । କିନ୍ତୁ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ତାରତମ୍ୟ କମିବାର ନାଁ ଧରୁନାହିଁ ।
ଏଭଳି ବ୍ୟବଧାନ ବଢ଼ିବା ଯୋଗୁ ବିଶ୍ୱର କିଛି ଧନୀ ପରିବାର ସମ୍ପଞ୍ଚି ଟିକସ ଭଳି ପଦକ୍ଷେପକୁ ସ୍ୱାଗତ କରୁଛନ୍ତି । ବ୍ଲୁମ୍ବର୍ଗ ତାଲିକାର ସପ୍ତଦଶ ସ୍ଥାନରେ ଥିବା ସିମନ୍ସ ପରିବାରର ସଦସ୍ୟ ଲିଜେଲ୍ ପିଜ୍କର ସିମନ୍ସ କୁହନ୍ତି, ଆମେ ଯଦି ଅଧିକ ସମ୍ପଞ୍ଚି ଟିକସ ଭଳି ଟିକସ ବ୍ୟବସ୍ଥାରେ ଅଧିକ ଅର୍ଥ ହାତରୁ ନ ଖସାଇବା, ତା’ହେଲେ ସମାଜ ପ୍ରତି ଆମର ଅବଦାନ କ’ଣ ରହିବ । ଏଭଳି ଆମେରିକାରେ ଆମେ ରହିବା ଉଚିତ ନୁହେଁ, ଯେଉଁଠି ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବ । ଏହି ବ୍ୟବଧାନ ହଟାଇବାକୁ ସରକାର ଯେଉଁପ୍ରକାର ପଦକ୍ଷେପ ନେବେ, ଆମେ ତାହା ମାନିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାର ତାଲିକାରେ ସାଉଦି ରାଜ ପରିବାର ସାମିଲ ହୋଇଛି । ଏମାନଙ୍କର ମିଳିତ ସମ୍ପଞ୍ଚି ୧୦,୦୦୦ କୋଟି ଡଲାରରେ ପହଞ୍ଚିଛି ।
Comments are closed, but trackbacks and pingbacks are open.