ଚର୍ଚ୍ଚାରେ ଗୁଡଲି

Get real time updates directly on you device, subscribe now.

ଲକ୍ଡାଉନ୍ କାଳରେ ସର୍ବାଧିକ ସିନେମାର ସଙ୍ଗୀତ ନିଦେ୍ର୍ଧଶନା ଦେଇ ଚର୍ଚ୍ଚାରେ ଅଛନ୍ତି ଗୁଡ୍ଲି ରଥ । ତାଙ୍କ ସଙ୍ଗୀତ ନିଦେ୍ର୍ଧଶନାରେ ୫ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ମୁକ୍ତି ପ୍ରତୀକ୍ଷାରେ ରହିଛି ଆଉ ୫ଟି ସିନେମା । ଏତଦବ୍ୟତୀତ୍ ନିର୍ମାଣାଧୀନ ଥିବା ପ୍ରାୟ ଡଜନେ ସିନେମାର ସେ ସଙ୍ଗୀତ ଦେଇଛନ୍ତି । ଯେଉଁଗୁଡ଼ିକର ନାମକରଣ ହୋଇନାହିଁ । ଗୁଡ୍ଲିଙ୍କ ନିଦେ୍ର୍ଧଶତ ତଥା ଲକ୍ଡାଉନ୍ ସମୟରେ ରିଲିଜ୍ ହୋଇଥିବା ପ୍ରଥମ ଚଳଚ୍ଚିତ୍ରଟି ହେଉଛି, ‘ମୁଁ ତୁମେ ଓ ଲକ୍ଡାଉନ୍’ । ପରେ ପରେ ‘ପ୍ରେମ ନା’ ପାଗଳ ପଣ’, ‘ଦୁର୍ଗତିନାଶିନୀ’, ‘ଶ୍ରୀକ୍ଷେତ୍ର’, ‘ରୋଲ୍ ନଂ-୨୭ ସୁଜାତା ସେନାପତି’ ଆଦି ତାଙ୍କ ନିଦେ୍ର୍ଧଶନାର ୪ଟି ସିନେମା ମୁକ୍ତିଲାଭ କରିଥିବା ବେଳେ ମୁକ୍ତି ଅପେକ୍ଷାରେ ରହିଛି, ‘ମୋନାଲିସା’, ‘ପିହୁ’, ‘ଜହ୍ନରାତିର ସାଥୀ’, ‘ତୋ ପାଇଁ କିଛି ବି କରିପାରେ’ ଓ ‘ଫାଷ୍ଟ୍ ଲଭ୍’ ସମେତ ୧୦ରୁ ଊଦ୍ଧ୍ୱର୍ ନାମକରଣ ହୋଇନଥିବା ଚଳଚ୍ଚିତ୍ର । ଲକ୍ଡାଉନ୍ ସମୟରେ ଅନ୍ୟ ସଙ୍ଗୀତ ନିଦେ୍ର୍ଧଶକଙ୍କୁ ମାତ୍ ଦେଇ ଗୁଡ୍ଲି ଯେଉଁ ରେକର୍ଡ କରିଛନ୍ତି ତାହା ନିଶ୍ଚିତ ଭାବେ ଉଲ୍ଲେଖନୀୟ । ଏଥିନିମନ୍ତେ ତାଙ୍କୁ ସାବାସୀ ମିଳିବା ଉଚିତ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons