ଚଳନ୍ତା କାରରେ ଗଣ ଦୁଷ୍କର୍ମ ଅଭିଯୋଗ: ଥାନାରେ ଲିଖିତ ଅଭିଯୋଗ କଲେ ପୀଡିତା

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା । ବୁଧବାର ସଂଧ୍ୟାରେ ଜଣେ ଯୁବତୀଙ୍କୁ ଖଣ୍ଡଗିରି ଅଞ୍ଚଳରୁ କାରରେ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖୋର୍ଧା ପ୍ରଣନାଥ କଲେଜ ନିକଟ ରାସ୍ତାରେ ଗଣଦୁଷ୍କର୍ମ କରାଯାଇଥିବା ପୀଡିତା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ୍‌ ଥାନାରେ ଅଟକ ରଖିଛି ।
ବୁଧବାର ସଂଧ୍ୟାରେ ଖଣ୍ଡଗିରି ଛକରୁ ଏକ କାର ଯୋଗେ ପୀଡିତା ଖୋର୍ଦ୍ଧା ଯାଇଥିଲେ । କାର ଭିତରେ ଦୁଇଜଣ ତାଙ୍କୁ ଗଣ ଦୁଷ୍କର୍ମ କରିବା ପରେ କାରରୁ ଠେଲି ଖୋର୍ଦ୍ଧା ବାଇପାଲରେ ଫିଙ୍ଗି ଚାଲିଯାଇଥିବା ଖୋର୍ଦ୍ଧା ପୋଲିସକୁ ବୟାନ ଦେଇଥିଲା । କାରଣ ବାଇପାସରେ ଏକ ଯୁବତୀ କାନ୍ଦୁଥିବା ଓ ଏଣେତେଣେ ଦୌଡିଥିବା ଦେଖି ସ୍ଥାନୀୟ ଲୋକେ ୧୦୮ ସହିତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାପରେ ଗୁରୁବାର ପୁଣି ପୀଡିତା ବୟାନ ବଦଳାଇ ଥିବାରୁ ଏହି ମାମଲା ଖୋର୍ଦ୍ଧାରୁ ଖଣ୍ଡଗିରି ଥାନାକୁ ଆସିଥିଲା । ଏହାପରେ ନିଜେ ଭୁବନେଶ୍ବର ଡିସିପି ଙ୍କ ସହିତ ମହିଳା କମିସନର ପୀଡିତାଙ୍କ ନିକଟରେ ପହଞ୍ଚି ତାଙ୍କଠାରୁ ସମସ୍ତ ବିଷୟରେ ବୁଝା ବୁଝି କରିଥିଲେ ।ତେବେ ବାରମ୍ବାର ପୀଡିତା ବୟାନ ବଦଳାଉଥିବାରୁ ତାଙ୍କର ଭୁବନେଶ୍ବର କୋର୍ଟରେ ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଛି ।ଅନ୍ୟପଟେ ମହିଳା କମିସନର ମଧ୍ୟ ପୀଡିତା ପାଖକୁ ଯାଇ ତାର ବୟାନ ରେକର୍ଡ କରିଛନ୍ତି ।
ଅନ୍ୟପଟେ ଖଣ୍ଡଗିରି ପୋଲିସ ଏହି ଘଟଣା ଜାଣିବା ପରେ ଜଟଣୀ କୁଦିଆରୀ ଅଞ୍ଚଳର ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା ଚଳାଇଛି । କେଉଁ ପରିସ୍ଥିତି ଯୁବକ ଜଣକ ପୀଡିତାଙ୍କ ସହିତ ସଂସ୍ପର୍ଶରେ ଆସିଲେ ତାର ଖୋଳତାଡ କରୁଛି ପୋଲିସ । ଏହି ଘଟଣାରେ କେବଳ ଜଣେ ଥିଲେ ନାଁ ଆଉ କେହି ରହିଛନ୍ତି ତାର ମଧ୍ୟ ତଦନ୍ତ କରୁଛୁ କମିସନରେଟ ପୋଲିସ । ପ୍ରକ଼ତରେ ପିଡିତାଙ୍କୁ କେଉଁଠାରୁ ଯୁବକ ଜଣକ କାରରେ ଉଠାଇଥିଲେ । ପୀଡିତାଙ୍କ ସହିତ କଣ ପ୍ରକ଼ତରେ କାର ଚାଳକଙ୍କର ପୂର୍ବରୁ ସମ୍ପର୍କ ରହିଥିଲା ।ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି କମିସନରେଟ ପୋଲିସ । ହେଲେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ କରିଥିବ ବୋଲି ପରିବାର ଲୋକେ ମାନିବାକୁ ନାରାଜ ।
ଏହି ମାମଲାରେ ପୀଡିତାଙ୍କ ଡାକ୍ତରୀ ରିପୋର୍ଟ ଉଭୟ ଅଭିଯୁକ୍ତ ଓ ପିଡିତାଙ୍କ ସିଡିଆର ରିପୋର୍ଟ ଓ ପିଡିତାଙ୍କ ବୟାନ ଆସିବା ପରେ ଏହି ମାମଲା ସ୍ପଷ୍ଟ ହେବ । ପ୍ରକ଼ତରେ ଏହା ଏକ ଦୁସ୍କର୍ମ ମାମଲା ନା ଆଉକିଛି ରହସ୍ୟ ରହିଛି ଘଟଣା ପଛରେ । ପିଡିତା ବାରମ୍ବାର ତାଙ୍କ ବୟାନ ବଦଳାଉଥିବାରୁ ଏବେ ସନ୍ଦେହ ଘେରରେ ପୋଲିସ ରହିଛି । ପୁର୍ବରୁ ଦୁସ୍କର୍ମ ପିଡିତା ଜଣେ ବିଧାୟକଙ୍କ ବିରୁଦ୍ଧରେ ନିଜକୁ ତାଙ୍କର ପତ୍ନି ବୋଲି ଦର୍ଶାଇ କୋର୍ଟରେ ମାମଲା କରିଛନ୍ତି । ଯାହା କୋର୍ଟରେ ବିଚାରାଧିନ ରହିଛି । ତେବେ ଏହି ମାମଲାରେ କେତେ ସତ୍ୟାସତ୍ୟ ରହିଛି ତାର ଖୋଳତାଡ କରୁଛି କମିସନରେଟ ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons