ଚଳନ୍ତା ଟ୍ରେନ୍ରୁ ଡେ଼ଇଁଲେ ଦୁଇ ଭଉଣୀ: ବଡ଼ ମୃତ, ସାନ ଗୁରୁତର

Get real time updates directly on you device, subscribe now.

ହେମଗିର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ହେମଗିର ରେଳ ଷ୍ଟେସନ୍ ନିକଟରେ ଟ୍ରେନ୍ରୁ ଡେ଼ଇଁ ପଡ଼ିଲେ ଦୁଇ ଭଉଣୀ । ବଡ଼ ଭଉଣୀର ମୃତୁ୍ୟ ହୋଇଥିବା ଘଟିଥିବା ବେଳେ ସାନ ଭଉଣୀ ଗୁରୁତର ଆହତ ହୋଇ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଷ୍ଟେସନରେ ଟ୍ରେନ୍ ନ ରହିବାରୁ ସେମାନେ ଡେ଼ଇଁ ପଡ଼ିଥିବା କୁହାଯାଉଛି ।

ବରଗଡ଼ ଜିଲ୍ଲାର ଚିକିଲି ଗ୍ରାମର ବିଦେଶିନୀ ମହାନନ୍ଦିଆ (୧୭) ଓ ତାଙ୍କ ସାନ ଭଉଣୀ ସୁକେସିନୀ ମହାନନ୍ଦିଆ (୧୪) ସୁନ୍ଦରଗଡ଼ ଜିଲ୍ଲା ହେମଗିରର କନିକାକୁ ଆସୁଥିଲେ । ସୁକେସିନୀ କନିକା କନ୍ୟାଶ୍ରମରେ ରହି ପାଠ ପଢ଼ନ୍ତି ଓ ସେହି ଗ୍ରାମରେ ତାଙ୍କର ମାମୁ ଘର ମଧ୍ୟ ରହିଛି । ସ୍କୁଲ ଛୁଟି ଥିବାରୁ ସୁକେସିନୀ ନିଜ ଗାଁକୁ ଯାଇଥିଲେ । ସ୍କୁଲ ଖୋଲିବା ପରେ ବଡ଼ ଭଉଣୀ ସାନକୁ ଛାଡ଼ିବାକୁ ସାଉଥ ବିହାର ଏକ୍ସପ୍ରେସ୍ରେ ଚଢ଼ି ହେମଗିର ଆସୁଥିଲେ ।

ହେମଗିରରେ ଉକ୍ତ ଟ୍ରେନ୍ଟିର ରହଣି ନାହିଁ । ଏ ବିଷୟରେ ଦୁଇ ଭଉଣୀ ଜାଣି ନଥିଲେ । ଟ୍ରେନ୍ଟି ହେମଗିର ରେଳ ଷ୍ଟେସନ ଅତିକ୍ରମ କରିବା କ୍ଷଣି ଦୁଇ ଉଭଣୀ ତରବରିଆ ଭାବେ ଚଳନ୍ତା ଟ୍ରେନ୍ରୁ ଡେ଼ଇଁ ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ବିଦେଶିନୀଙ୍କ ମୃତୁ୍ୟ ଘଟିଥିବା ବେଳେ ସୁକେସିନୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଓ ପୁଲିସ୍ ଗୁରୁତର ଆହତ ହୋଇଥିବା ସୁକେସିନୀଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ପ୍ରଥମେ କନିକା ସାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons