ଚାଇନାକୁ ଜବାବ ଦେବକି ଭାରତ?

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚାଇନା ସୀମାରେ ଦେଶ ପାଇଁ ଯବାନମାନେ ଦେଇଥିବା ବଳିଦାନ କେବେ ହେଲେ ବୃଥା ଯିବନି । ଭାରତ ଶାନ୍ତିରେ ବିଶ୍ୱାସ କରେ । ହେଲେ ଭାରତକୁ ଉସକାଇଲେ ନୂଆଦିଲ୍ଲୀ କେବେ ବି ଛାଡ଼ିବନାହିଁ । ଆମେ ବି ଜବାବ ଦେବାର ଦକ୍ଷତା ରଖିଛୁ । ଆଜି ଏଭଳି ଢ଼ଙ୍ଗରେ ଚାଇନା ବିବାଦ ସମ୍ପର୍କରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପୂର୍ବରୁ ମୋଦି ପ୍ରଥମେ ଚାଇନା ବିବାଦ ସମ୍ପର୍କରେ ମୁହଁ ଖୋଲିଥିଲେ । ବେଶ ବାଷ୍ପରୁଦ୍ଧ ସୂତ୍ରରେ ସେ ସହିଦ୍ ଯବାନଙ୍କ ପ୍ରତି ଶୋକ ବ୍ୟକ୍ତ କରିଥିଲେ । ମୋଦିଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଛିଡ଼ା ହୋଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ମୋଦି କହିଛନ୍ତି ଯେ କେହି ବି ଚାଇନା ବିବାଦକୁ ନେଇ ସନେ୍ଦରେ ରୁହନ୍ତୁ ନାହିଁ । ଭାରତ ସର୍ବଦା ଶାନ୍ତି ସ୍ଥାପନ କରିବାରେ ବିଶ୍ୱାସ କରେ । ଏହାର ଅର୍ଥ ନୁହେଁ ଯେ ଭାରତକୁ ଉସକାଇେ. ଆମେ ଚୁପ୍ ରହିବୁ । ଆମେ ଯେମିତି ଶାନ୍ତି ଚାହୁଁ, ସେମିତି ଜବାବ ଦେବା ମଧ୍ୟ ଜାଣିଛୁ । ଯେ କୌଣସି ପରିସ୍ଥିତିରେ ବି ଭାରତ ଜବାବ ଦେବାର ଦକ୍ଷତା ରଖିଛି । ଚାଇନିଜ୍ ମାନଙ୍କ ସହ ଲଢେ଼ଇ କରି ଆମ ଯବାନ ସହିଦ ହୋଇଛନ୍ତି । ଏଥିପାଇଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଛି । ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଯବାନମାନଙ୍କ ବଳିଦାନ କେବେ ହେଲେ ବୃଥା ଯିବନାହିଁ । ଆମ ପାଇଁ ଦେଶ ସାର୍ବଭୌମତ୍ୱ ଓ ଅଖଣ୍ଡତା ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତ ସର୍ବଦା ଶାନ୍ତି ଚାହେଁ । ଭାରତ କାହା ସହ ଆଗୁଆ ଲାଗେ ନାହିଁ । କିନ୍ତୁ ଭାରତ କେବେ ହେଲେ ତା’ର ସାର୍ବଭୌମତ୍ୱ ଓ ଅଖଣ୍ଡତା ସହ ବୁଝାମଣା କରିପାରିବ ନାହିଁ । ଯେତେବେଳେ ବି ଦରକାର ପଡିଛି ଆମେ ଦେଶର ସୁରକ୍ଷା ପାଇଁ ଆମ ପାଖରେ ଥିବା କ୍ଷମତା ସମସ୍ତଙ୍କୁ ଦେଖାଇଛୁ । ଆଗକୁ ବି ଦରକାର ପଡିଲେ ଆମେ ଅଖଣ୍ଡତା ପାଇଁ କିଛି ବି କରିପାରିବୁ । ବଳିଦାନ ଓ ସହନଶୀଳତା ଆମ ଜାତୀୟ କ୍ୟାରେକ୍ଟର । ହେଲେ ସାହାସ ଓ ଇଚ୍ଛାଶକ୍ତି ବି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକଥାକୁ ସମସ୍ତେ ମନେ ରଖିବା ଦରକାର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons