ଚାକିରି ଦେବାକୁ ଡାକି ପଣବନ୍ଦୀ : ଯୁବକଙ୍କୁ ଉଦ୍ଧାର କଲା ସୋର ପୁଲିସ

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ): ସୋର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ୮ ଲକ୍ଷ ଟଙ୍କା ଆବି କରି ବନ୍ଧୁକ ମୁନରେ ପଣବନ୍ଦୀ କରି ରଖିଥିଲେ । ଏନେଇ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଯୁବକଙ୍କ ପତ୍ନୀ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଉକ୍ତ ଯୁବକଙ୍କୁ ପଶ୍ଚିମବଙ୍ଗ ସୁନ୍ଦରବନ ନ୍ୟାସନାଲ ପାର୍କ ନିକଟ ବିଲ ମଝିରେ ଥିବା ଘରୁ ସ୍ଥାନୀୟ ପୁଲିସ ଉଦ୍ଧାର କରି ସୋର ଅଭିମୁଖେ ଆସୁଥିବା ସୂଚନା ମିଳିଛି । ସଂପୃକ୍ତ ଯୁବକ ହେଉଛନ୍ତି ସାଜନପୁର ପଞ୍ଚାୟତ କେଶପୁର ଗ୍ରାମର ତାପସ କୁମାର ମହାନ୍ତି ।
ସୂଚନା ଅନୁସାରେ, ତାପସ ୮ ବର୍ଷ ହେଲା ବେଙ୍ଗାଲୁରୁରେ ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମାତ୍ର ୧୦ ଦିନ ତଳେ ସେ ଘରକୁ ଆସିଥିଲେ । ଗତ ୨୮ ତାରିଖରେ ଅଜଣା ନମ୍ବରରୁ ତାଙ୍କୁ ଫୋନ୍ ଆସିଥିଲା । ତୁମ ପାଇଁ ଭଲ କାମ ଅଛି, କଲିକତା ଆସ ବୋଲି ଏଥିରେ କୁହାଯାଇଥିଲା । ଚାକିରି ଲୋଭରେ ତାପସ ସେହିଦିନ ତୁରନ୍ତ କଲିକତା ଚାଲି ଯାଇଥିଲେ । ପରେ ସନ୍ଧ୍ୟାରେ ତାପସଙ୍କ ପତ୍ନୀ ସୁକାନ୍ତିଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଦମ ସ୍ୱାମୀଙ୍କୁ ଅପହରଣ କରିଛୁ । ୮ ଲକ୍ଷ ଟଙ୍କା ଆମ ଆକାଉଣ୍ଟରେ ଦେଲେ, ତମ ସ୍ୱମୀକୁ ଛାଡିବୁ ନଚେତ୍ ହତ୍ୟା କରିଦେବୁ ବୋଲି ଧମକ ଆସିଥିଲା । ମାର୍ଚ୍ଚ ୨ ତାରିଖରେ ସେହି ନମ୍ବରରୁ ତାପସଙ୍କ ହାତ ଗୋଡ଼ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ େଅଉଥିବାର ଭିଡିଓ ତାଙ୍କ ଘର ମୋବାଇଲ୍କୁ ଆସିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ତାପସଙ୍କ ପତ୍ନୀ ସୁକାନ୍ତି ସୋର ଥାନାରେ ଏକ ଅଭିଯୋଗ କରିଥିଲେ । ଏଥିସହିତ ଭୟଭୀତ ହୋଇ ଅପହରଣକାରୀ େଅଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବରରେ ୫୦ ହଜାର ଟଙ୍କା ପରିବାର ଲୋକେ ଜମା କରିଥିଲେ । ଅଭିଯୋଗ ପାଇ ସୋର ଥାନାରେ କେସ ନଂ. ୯୧/୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ମଧୁମିତା ମହାନ୍ତିଙ୍କ ନିଦେ୍ର୍ଧଶରେ ଏଏସ୍ଆଇ ପ୍ରତାପ କାଲୋ ଓ ଏଏସଆଇ ପ୍ରଦୀପ ମହାନ୍ତିଙ୍କ ସମେତ ଏକ ପାଞ୍ଚ ଜଣିଆ ଟିମ୍ କୋଲକାତାରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ତାପସଙ୍କୁ କୋଲକାତା ସୁନ୍ଦରବନ ନ୍ୟାସନାଲ ପାର୍କ ନିକଟସ୍ଥ ବିଲ ମଧ୍ୟରେ ଥିବା ଏକ ଘରୁ ଉଦ୍ଧାର କରି ସୋରକୁ ଆଣୁଥିବା ଜଣାପଡ଼ିଛି । ପୁଲିସ ସେଠାରେ ପହଞ୍ଚିବା ପୂର୍ବରୁ ଅପହରଣକାରୀମାନେ ଫେରାର ହୋଇଯିବା କାରଣରୁ ପୁଲିସ କାହାରିକୁ ଗିରଫ କରିପାରି ନ ଥିବା ସୂଚନା ମିଳିଛି । ତେବେ ସେମାନେ ସୋରରେ ପହଞ୍ଚିବା ପରେ ସମସ୍ତ ଘଟଣା ପଆକୁ ଆସିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons