ଭୁବନେଶ୍ୱର,(ବି.ବି ବୁ୍ୟରୋ): କୁବେର ଆଇଏଫ୍ଏସ୍ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ସହ ମିଶି ଚାକିରି କରାଇ ଦେବା ନାମରେ ଲୋକଙ୍କୁ ଠକିଛନ୍ତି ପ୍ରଦୀପ । ଗୋପାଳପୁର ଓ ବ୍ରହ୍ମପୁରର ପାଖାପାଖି ୧୦୦ ଜଣ ଯୁବକ ଏ ଠକାମୀର ଶିକାର ହୋଇଛନ୍ତି ।
କେବଳ ସେତିକି ନୁହେଁ, କୋଭିଡ୍ ମହାମାରୀ ଚାଲିଥିବା ବେଳେ ପ୍ରଦୀପ ଏବଂ ତାଙ୍କ ପରିବାର ଚାର୍ଟର (ଘରୋଇ ଭଡ଼ା) ବିମାନରେ ଉଡ଼ିଛନ୍ତି । ଏଥିରୁ ଆଭାସ ମିଳୁଛି ଯେ ଦୁର୍ନୀତି ଅଭିଯୁକ୍ତ ଆଇଏଫ୍ଏସ୍ ଅଭୟ ଏବଂ ତାଙ୍କ ପୁଅ ଆକାଶଙ୍କ କଳା କାରନାମାରେ କେଉଁଠି ନା କେଉଁଠି ଯୋଡ଼ି ହୋଇ ଯାଇଥିଲେ ଗୋପାଳପୁର ବିଧାୟକ ।
ବିଜୁ ଜନତା ଦଳ ଆଜି (ରବିବାର) ଏଭଳି ଯୁକ୍ତି ବାଢ଼ି ଦର୍ଶାଇଛି ଯେ ଖାସ୍ ଏହି ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରାଗଲା । ଦଳ ପକ୍ଷରୁ କୁହାଯାଇଛି, ଜାଲିଆତି କରି ଲୋକଙ୍କୁ ଠକିବା ନିଶ୍ଚିତ ଭାବେ ଜନ ବିରୋଧୀ କାର୍ଯ୍ୟ । ଅନେକ ଯୁବକ ଏ ନେଇ ଥାନାରେ ଏତଲା ବି କରିଛନ୍ତି । ଏଥିରୁ ସ୍ପଷ୍ଟ ଆଭାସ ମିଳୁଛି ଯେ ପ୍ରକାରାନ୍ତରେ ସେ ରାକେଟ୍ରେ ସମ୍ପୃକ୍ତ ଥିଲେ ।
ନିଜ ନିର୍ବାଚନମଣ୍ଡଳିରେ ଯେଉଁ ମତଦାତା ତାଙ୍କୁ ଭୋଟ ଦେଇ ଜିତାଇଥିଲେ, ତାଙ୍କ ସହ ବି ଏଭଳି ଜାଲିଆତି କରିଛନ୍ତି । ଏହାଠୁ ବଳି ଘୃଣ୍ୟ ଜନ ବିରୋଧୀ କାମ ଆଉ କ’ଣ ହୋଇପାରେ ବୋଲି ପ୍ରଶ୍ନ କରିଛି । ପ୍ରଦୀପଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବି ଏ ବହିଷ୍କାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନେବାକୁ ଦାବି କରିଛନ୍ତି ।
ଅଭୟଙ୍କ ପୁଅ ଆକାଶଙ୍କ ସହ ପ୍ରଦୀପଙ୍କ ପରିବାରର ସମ୍ପର୍କ ପୁରୁଣା । ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଗଲା ପରେ ବି ପ୍ରଦୀପ ତାଙ୍କୁ ନିରୀହ ଦର୍ଶାଇଛନ୍ତି । ଦଳ ଦର୍ଶାଇଛି, ଏ ପ୍ରକାର ଯୁକ୍ତିରୁ ବୁଝାପଡୁଛି ଯେ ଅଭୟ ଓ ଆକାଶଙ୍କ ଅପରାଧରେ କେଉଁଠି ନା କେଉଁଠି ଯୋଡ଼ି ହୋଇଛନ୍ତି ପ୍ରଦୀପ ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଟାଟା ମୋଟର୍ସ ସ୍ପଷ୍ଟ ଭାବେ ଏତଲାରେ କହିଛି ଯେ ଆକାଶ କେବେ ବି ଟାଟା ମୋଟର୍ସର କୌଣସି ଶାଖାର ଏମ୍ଡି ନ ଥିଲେ । ତଥାପି କମ୍ପାନୀରେ ଚାକିରି କରାଇଦେବା ନାମରେ ଲୋକଙ୍କ ଠକୁଥିଲେ । କେବଳ ସେତିକି ନୁହେଁ, ଆକାଶଙ୍କ ନାମରେ ୯ କୋଟି ୪୦ ଲକ୍ଷ ଟଙ୍କାର ଜମା ରହିଛି ବିଭିନ୍ନ ବ୍ୟାଙ୍କରେ । ସବୁ ଟଙ୍କା ନଗଦ ଜମା ହୋଇଛି । ତାଙ୍କୁ ଯେ ମାସିକ ଦରମା ମିଳୁଥିଲା କେଉଁଠୁ ସେ ନେଇ କୌଣସି ଦଲିଲ୍ ମିଳି ନାହିଁ ଭିଜିଲାନ୍ସକୁ । ତେବେ ଏତେ ଟଙ୍କା ଆଣିଲେ କୁଆଡ଼ୁ । ଆକାଶଙ୍କ ଏ ଅପରାଧକୁ ପ୍ରଦୀପ ଲୁଚାଇବାକୁ ପ୍ରୟାସ କରୁଛନ୍ତି ବୋଲି ବିଜେଡି କହିଛି ।
ଭିଜିଲାନ୍ସ ଜାଲରେ ପଡିÿଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ଅଏସ୍ର ଗୁମର ଫିଟିବାରେ ଲାଗିଛି । ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବି ଏଥିରେ ଛନ୍ଦି ହୋଇଛନ୍ତି । ବିମାନରେ ଉଡ଼ିବାଠୁ ବିଳାସପୂର୍ଣ୍ଣ ହୋଟେଲରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିବା ଚିଠା ତଦନ୍ତକାରୀ ଟିମ୍କୁ ମିଳିଛି ।
ଦୁଇ ପରିବାର ଏକାଠି ଚାର୍ଟର ଫ୍ଲାଇଟ୍ରେ ଏ ସହରରୁ ସେ ସହରକୁ ଯାଇଛନ୍ତି । ଥରେ କି ଦୁଇଥର ନୁହେଁ, ପାଞ୍ଚ ଥର ଚାର୍ଟର ଫ୍ଲାଇଟ୍ରେ ବୁଲିଥିବା ତଥ୍ୟ ମିଳିଛି । ସାର୍କ ଆଭିଏସନ, ଏମ୍ପାୟାର ଏୟାରକ୍ରାଫ୍ଟ ମ୍ୟାନେଜମେଣ୍ଟ, ଏୟାରଚାପ୍ଟର ସର୍ଭିସେସ୍ ଭଳି ବିମାନ ସଂସ୍ଥାର ବିମାନରେ ଉଡିÿଛନ୍ତି । ପୁନେ, ମୁମ୍ବାଇ ସହ ଦିଲ୍ଲୀ ଓ ପୈତୃକ ଘର ବିହାର ପାଟନାକୁ ମଧ୍ୟ ବିମାନରେ ଯାଇଛନ୍ତି । ପାଠକ ପରିବାର ସହ ପ୍ରଦୀପ ପାଣିଗ୍ରାହୀ ଓ ସ୍ତ୍ରୀ ସୁଜାତା, ଝିଅ ଶ୍ରୁତିଙ୍କ ସହ ପରିବାରର ଅନ୍ୟ ସଦସ୍ୟ ବି ବିମାନଯାତ୍ରା କରିଛନ୍ତି ।
ଜନତା କର୍ଫୁ୍ୟର ପରଦିନ ଅର୍ଥାତ ମାର୍ଚ୍ଚ ୨୩ରେ ପ୍ରଦୀପ ଓ ତାଙ୍କ ଝିଅ ଶ୍ରୁତିଙ୍କ ସହ ଆକାଶ ଭୁବନେଶ୍ୱରରୁ ବିମାନ ଯୋଗେ ପୁନେ ଯାଇଥିଲେ । ଅଗଷ୍ଟ ୫ ତାରିଖରେ ଦୁଇ ପରିବାର ୮ରୁ ଅଧିକ ସଦସ୍ୟ ପୁନେରୁ ପ୍ରଥମେ ପାଟଣା ଯାଇଥିଲେ । ସେଠାରୁ ପୁଣି ସମାନ ଫ୍ଲାଇଟ୍ରେ ଭୁବନେଶ୍ୱର ଆସିଥିଲେ । ସେହି ମାସରେ ଆକାଶ ତାଙ୍କ କିଛି ସହଯୋଗୀଙ୍କ ସହ ପ୍ରଦୀପ ଓ ଶ୍ରୁତି ମୁମ୍ବାଇରୁ ଫ୍ଲାଇଟ୍ରେ ଦିଲ୍ଲୀର ବିଳାସପୂର୍ଣ୍ଣ ତାଜ୍ ହୋଟେଲ୍କୁ ଯାଇଥିଲେ । ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରିବା ପରେ ୨୮ ତାରିଖରେ ଚାର୍ଟର ଫ୍ଲାଇଟ୍ରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ ।
ସୂଚନା ଥାଉ କି, ବିଧାୟକ ଶ୍ରୀ ପାଣିଗ୍ରାହୀ ଆଜି ସାମ୍ବାଦିକ ସମ୍ମିଳନୀରେ ଭାବୀ ଜ୍ୱାଇଁ ଆକାଶ ଓ ତାଙ୍କ ବାପା ଅଭୟକାନ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଆକାଶଙ୍କୁ ମେଧାବୀ ଛାତ୍ର ଓ ଅଭୟକାନ୍ତଙ୍କୁ ସଚ୍ଚୋଟ ଅଫିସର ବୋଲି କହିଛନ୍ତି । ଏମିତିକି ଚାର୍ଟର ଫ୍ଲାଇଟ୍ରେ ଏକାଠି ଭ୍ରମଣ କରିଥିବା କଥା ମାନିଛନ୍ତି । ସେପଟେ କମ୍ପାନୀ ପକ୍ଷରୁ ଚାର୍ଟର୍ରେ ଯିବାକୁ ଆକାଶଙ୍କ ପାଇଁ ଅନୁମତି ଥିବା ସେ ଦର୍ଶାଇଥିଲେ । ତେବେ ୨ ପରିବାର କେଉଁ କମ୍ପାନୀ କାମରେ ଏତେଥର ଦିଲ୍ଲୀ ମୁମ୍ବାଇ ବୁଲିଥିଲେ, ତାହା ସନେ୍ଦହଘେରରେ ।
Comments are closed, but trackbacks and pingbacks are open.