ଜଗନ୍ନାଥପ୍ରସାଦ,(ବି.ବି.ନୁ୍ୟଜ): ଚାକିରି ନାରେ ଲକ୍ଷାଧିକ ଟଙ୍କା ଠକେଇ । ବର୍ଷ ବର୍ଷ ଧରି ଜଣେ ଯୁବକ ଏଭଳି ଠକି ଚାଲିଥିଲେ । ମାତ୍ର ଏବେ ପୁଲିସ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ସରକୁମ୍ପା ଗ୍ରାମର ବଂଶୀଧର ପଟ୍ଟନାୟକ । ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଥାନାରୁ ମିଳିଥିବା ସୂଚନା ପ୍ରକାରେ ବଂଶୀଧର ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଶାଖାପାଟଣାର ପ୍ରାୟ ୯୦ ଜଣ ଲୋକଙ୍କ ଠାରୁ ୩୦୦୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ଗୋପାଳପୁର ପୋର୍ଟର ସୁପରଭାଇଜର ବୋଲି ପରିଚୟ ଦେଉଥିଲେ । ଗୋପାଳପୁର ପୋର୍ଟରେ ଚାକିରି ଦେବାକୁ କହି ପ୍ରାୟ ୨୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଏ ନେଇ ଠକେଇର ଶିକାର ହୋଇଥିବା ଜି.ନାନାବାବୁଙ୍କ ସନେ୍ଦହ ହେବାରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ଦିଲୀପ ସ୍ୱାଇଁଙ୍କ ନେତୃତ୍ୱରେ ଗୋଟିଏ ଟିମ ୩ ଦିନ ହେଲା ଘଟଣାର ଖୋଳତାଡ଼ କରିବା ସହ ବଂଶୀଧର ପଟ୍ଟନାୟକଙ୍କୁ ଜେରା କରିବା ପରେ ସବୁ ଗୁମର ଖୋଲିଥିଲା । ଏପରିକି ଜଗନ୍ନାଥପ୍ରସାଦ ପୁଲିସ ଅଭିଯୁକ୍ତ ବଂଶୀଧରଙ୍କ ଘରେ ଚଢ଼ଉ କରି ନଗଦ ୪୮୦୦୦ଟଙ୍କା, ଠକେଇର ଶିକାର ଲୋକଙ୍କ ଏଟିଏମ କାର୍ଡ, ଠକେଇ ସମ୍ପର୍କିତ କାଗଜପତ୍ର ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ୨ ବର୍ଷ ହେଲା ଏପରିକି ଠକେଇ ସାମା୍ରଜ୍ୟ ଚଳାଇଥିବା ପୁଲିସ ଜାଣିପାରିବା ପରେ ଅଧିକ ଅନୁସନ୍ଧାନ ଚଳାଇଥିବା ତଦନ୍ତକାରି ଅଧିକାରୀ ସ୍ୱାଇଁ କହିଛନ୍ତି ।


Comments are closed, but trackbacks and pingbacks are open.