ଚାନ୍ଦନୀମାଲ ନର୍ସରୀରୁ ପାଣି ପମ୍ପ ଚୋରୀ ମାମଲା: ଫାଣ୍ଡି ASI ସସ୍‌ପେଣ୍ଡ

Get real time updates directly on you device, subscribe now.

ଝାରସୁଗୁଡା : ନର୍ସରୀରେ ମଟର ଚୋରୀ ଘଟଣାରେ ଆଉ ଜଣେ ଘରୋଇ ସୁରକ୍ଷା କର୍ମଚାରୀ କୋମାରେ ।ଅଚେତ ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ସୁରକ୍ଷା କର୍ମୀ ପିଙ୍କୁ ରୋହିଦାସ। ଗତ ୩ ତାରିଖରେ ଅନ୍ୟ ଜଣେ ସୁରକ୍ଷା କର୍ମୀ ସୁଧାଂଶୁ ସେଠ ଗୁରୁତର ହୋଇ ବୁର୍ଲା ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ପରେ ଜିଲ୍ଲା ଏସପି ରାହୁଲ ପି.ଆର. ଜଣେ ଏଏସଆଇ ହୀରାଧର ବେହେରାଙ୍କୁ ସସପେଣ୍ଡ କରିଛନ୍ତି।
ଗତ ସପ୍ତାହରେ ଚାନ୍ଦନୀମାଲ ବନ ବିଭାଗ ନର୍ସରୀରୁ ଗୋଟିଏ ପାଣି ପମ୍ପ ଚୋରୀ ହେବା ପରେ ବ୍ରଜରାଜନଗର ରେଞ୍ଜର ଥାନାରେ ଏତଲା ହୋଇଥିଲା। ଏଥିରେ ପୋଲିସ ସିକ୍ୟୁରିଟି ଗାର୍ଡଙ୍କୁ ମାଡମାରି କୋମା କରାଇ ଦେଇଛି। ଝାରସୁଗୁଡା ଜିଲା ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଚାନ୍ଦିନୀମାଲ ମେଗାନର୍ସରୀରୁ ଗତ ୨ ତାରିଖ ରାତିରେ ଏକ ପାଣି ଉଠା ମଟର ଚୋରି ହେଇଥିଲା। ଏ ସମ୍ପର୍କରେ ସେହି ଗାଁରେ କାର୍ୟ୍ୟରତ ସିକ୍ୟୁରିଟି ଗାର୍ଡ ସୁଧାଂଶୁ ସେଠ ସମେତ ୪ ଜଣକୁ ପୋଲିସ ପଚରା ଉଚାର କରିଥିଲା । ଏଥିରେ ପୋଲିସ କର୍ମଚାରୀଙ୍କ ମାଡ ରେ ସୁଧାଂଶୁ ତଳେ ପଡି ଅଚେତ ହୋଇଯାଇଥିଲେ।
ପରିବାର ଲୋକେ ଅଭିଯୋଗ ପରେ ପୋଲିସ ତାକୁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟ କୁ ନେଇ ଭର୍ତ୍ତି କରାଇଥିଲେ।ସେଠାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଲୟ କୁ ନେବାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି। ସମ୍ପର୍କରେ ବୁର୍ଲା ଭୀମସାର ଭେଷଜ ବିଭାଗର ଚିକିତ୍ସକ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ,ସୁଧାଂଶୁ ସେଠ ଙ୍କ ମସ୍ତିଷ୍କ ରେ ରକ୍ତସ୍ରାବ ହୋଇଛି,ମୁଣ୍ଡରେ କୌଣସି ପ୍ରକାର ଆଘାତ କିମ୍ବା ଉଚ୍ଚ ରକ୍ତ ଚାପ ଯୋଗୁ ଏପରି ରକ୍ତସ୍ରାବ ହୋଇଥାଇପାରେ ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ ତାଙ୍କ ଭାଇ ହିମାଂଶୁ ସେଠଙ୍କ ସହିତ ଏ ନେଇ ଯୋଗାଯୋଗ କରାଯିବାରୁ ସେ ସୁଧାଂଶୁ ଙ୍କ ଅବସ୍ଥା ବର୍ତ୍ତମାନ ବି ସଙ୍କଟରେ ଥିବା କହିଛନ୍ତି। ସେହିପରିଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପିଙ୍କୁ ରୋହିଦାସକୁ ସେହିଦିନ ଠାରୁ ପ୍ରତିଦିନ ବନ ବିଭାଗ ଅଧିକାରୀ ଓ ପୋଲିସ ଅତ୍ୟାଚାର ଚଳାଇ ଆସୁଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons