ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ ଓ ଉନ୍ନୟନ କମିଶନ

Get real time updates directly on you device, subscribe now.

ଟାଙ୍ଗୀ : ରାଜ୍ୟରେ ଯେତିକି ଯେତିକି କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେତିକି ତତ୍ପର ହେଉଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଆଣିବାଠାରୁ ଆରମ୍ଭ କରି ରାଜ୍ୟ ମଧ୍ୟରେ କୋଭିଡ୍ ହସ୍ପିଟାଲର ସବୁ ସମୟରେ ତଦାରଖ ମଧ୍ୟ କରୁଛନ୍ତି ।
ଆଜି ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଚାନକ ଭାବେ ନୟାଗଡ ଗସ୍ତ କରିଛନ୍ତି । ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା କୋଭିଡ୍ ହେଲ୍ଥ ସେଣ୍ଟର ପରିଦର୍ଶନ କରିଛନ୍ତି ୫ଟି ସଚିବ । ହସ୍ପିଟାଲର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିବା ସହ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ଠିକ୍‌ ଭାବରେ କାର୍ୟ୍ୟ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ ।
କୋଭିଡ୍ ହସ୍ପିଟାଲରେ ଏସିଠାରୁ ଆରମ୍ଭ କରି ଭେଣ୍ଟିଲେଟର ସୁବିଧାର ସମସ୍ତ ତଥ୍ୟ ନେଇଥିଲେ ୫ଟି ସଚିବ । ଏଥିସହ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ନୟାଗଡ ଜିଲ୍ଲାପାଳ, ଏସପି, ସିଡିଏମଓ, ଚାନ୍ଦପୁର ସୁପରିଟେଣ୍ଡଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons