ଚାନ୍ଦବାଲିରେ ଚିଙ୍ଗୁଡି ବେପାରୀଙ୍କୁ ବୋମା ମାଡ଼: ଦୁଇ ଗୁରୁତର

Get real time updates directly on you device, subscribe now.

ଚାନ୍ଦବାଲି: ଚାନ୍ଦବାଲି ଥାନା ଅନ୍ତର୍ଗତ (ଆମ୍ବିଳିଗଁ। )ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀଙ୍କ ଉପରକୁ ବୋମା ମାଡ଼ ହୋଇଛି ।, ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି । ଜଣେ ଆହତଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଏହି ବୋମା ମାଡ଼ର କାରଣ ଏ ପର୍ୟ୍ୟନ୍ତ ଜଣାପଡ଼ନାହଁ । ବୋମା ମାଡ଼ କିଏ କରିଛି ଓ କଣ ପାଇଁ କରିଛି ତାହା ଜଣା ପଡ଼ନାହଁ । ଚାନ୍ଦବାଲି ପୋଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ରେ ଗରୁତର ଆହତ ହୋଇ ଗୈରହରୀ ମାଝୀ ଭଦ୍ରକରେ ଚିକିତ୍ସିତ ହେଉଥିବାବେଳେ ବସନ୍ତ ସମାଲ କଟକ ସ୍ଥାନାନ୍ତର ହୋଇଛନ୍ତି।
ବୋମା ମାଡ଼ ସ୍ଥାନରେ ଏକ ମୋଟର ସାଇକେଲର କିଛି ଅଂଶ ନଷ୍ଟ ହେବା ସହ ରାସ୍ତାରେ ଆହାତଙ୍କର ଚପଲ ଏବଂ ରକ୍ତଭିଜା ପୋଷକ ପଡ଼ରିହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons