ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ପତ୍ନୀଙ୍କ ଅକାଳ ବିୟୋଗ

Get real time updates directly on you device, subscribe now.

ଚାନ୍ଦବାଲି,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ବିଧାୟକ ତଥା ଛାତ୍ର ବିଜେଡିର ପୂର୍ବତନ ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କର ଧର୍ମପତ୍ନୀ ନୀଳିମା ପ୍ରଧାନଙ୍କର ମାତ୍ର ୩୧ ବର୍ଷ ବୟସରରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ଗତକାଲି ରାତିରେ ନୀଳିମା ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ୪ଟାରେ ତାଙ୍କର ପରଲୋକ ଘଟିଛି । ଖବର ପାଇ ବହୁ ରାଜନେତା ତଥା ସମ୍ପର୍କିୟ ହସ୍ପିଟାଲ୍ରେ ପହଞ୍ଚିଥିଲେ । ନୀଳିମାଙ୍କର ଗତ ୧ ମାସ ପୂର୍ବରୁ ଏକ ଘରୋଇ ହସ୍ପିଟାଲ୍ରେ କାନର ଅସ୍ତେ୍ରାପଚାର ହୋଇଥିଲା । ସେହି ସମୟରେ ତାଙ୍କୁ ଦିଆଯାଇଥିବା ରକ୍ତକୁ ନେଇ ପରବର୍ତ୍ତୀ ସମୟରେ ବିଭିିନ୍ନ ସମସ୍ୟା ଦେଖା ଦେଇଥିଲା । ରକ୍ତରେ ହିମୋଗ୍ଲୋବିନ୍ ପରିମାଣ ଆବଶ୍ୟକତା ଅନୁସାରେ ନଥିଲା । ବହୁ ଚେଷ୍ଟା ପରେ ମଧ୍ୟ ନୀଳିମାଙ୍କ ଅବସ୍ଥାରେ ଉନ୍ନତି ଆସି ନଥିଲା । ଆଜି ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନୀଳିମାଙ୍କ ମରଶରୀରକୁ କଟକ ନୂଆବଜାରସ୍ଥିତ ପୈତୃକ ଘରକୁ ନିଆଯାଇଥିଲା । ପରେ ପୁରୀର ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା ।
ସୂଚନା ଥାଉକି,୨୦୧୪ ଫେବ୍ରୁଆରୀ ୨୧ରେ ନୀଳିମା ବିଧାୟକ ଶ୍ରୀ ରାୟଙ୍କୁ ବିବାହ କରିଥିଲେ । ସେ କଟକ କଣ୍ଟାମାଳ ହାଇସ୍କୁଲରୁ ମାଟ୍ରିକ୍ ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସମବାୟ ବିଭାଗର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ବିଧାୟକ ଶ୍ରୀ ରାୟଙ୍କ ମାତ୍ର ୫ ବର୍ଷର ଏକ ଶିଶୁ କନ୍ୟା ଅଛନ୍ତି । ପରଲୋକ ଖବର ମିଳିବା ପରେ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ, ବିଧାୟକ, ଛାତ୍ର ଓ ଯୁବନେତା ବିଧାୟକଙ୍କ ବାସଭବନରେ ପହଞ୍ଚି ଶୋକ ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons