ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାଠାରୁ ମାତ୍ର ଦେଢ଼ ଶହ ମିଟର ଦୂର ମାର୍କୋଣା କାନାଡ଼ା ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ସଟର ଓ ଗ୍ରୀଲ ଚାବି ଭାଙ୍ଗି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲା । ମାତ୍ର ବ୍ୟାଙ୍କରୁ ଟଙ୍କା ଚୋରି କରିବାରେ ସେ ବିଫଳ ହୋଇଛି । ଏନେଇ ସିମୁଳିଆ ଥାନା ପୁଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ କାହାରି ଟେର୍ ପାଇନି । ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ଅନୁସନ୍ଧାନ ଜାରି ରହିଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେଉଥିଲା । ଏତିକିବେଳେ ଜଣେ ଦୁର୍ବୃତ୍ତ ସଟର ଓ ଗେଟ ଚାବି ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲା । ରାତି ପ୍ରାୟ ଦେଢ଼ଟା ବେଳେ ସେ ବ୍ୟାଙ୍କ ମଧ୍ୟକୁ ପଶିଥିଲା । ପ୍ରାୟ ଅଧଘଣ୍ଟା କାଳ ବ୍ୟାଙ୍କ ଭିତରେ ରହି ଟଙ୍କା ଠାବ କରିବାକୁ ସେ ଆପ୍ରାଣ ଉଦ୍ୟମ କରିଥିଲା । ବିଭିନ୍ନ କ୍ୟାସ୍ ଡ୍ରୟରକୁ ସେ ଟଣାଟଣି କରିଥିଲା । ମାତ୍ର ଟଙ୍କା ଖୋଜି ପାଇବାରେ ବିଫଳ ହେବା ପରେ ପ୍ରାୟ ୨ଟା ବେଳେ ସେ ବାହାରକୁ ଆସିଥିବା ସିସିଟିଭିରୁ ଜଣାପଡିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.