ଚାଲାଣ ବେଳେ ୫୦ହଜାର ଟଙ୍କାର କାଠ ଜବତ

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ପଡୋଶୀ ଛତିଶଗଡକୁ ଚାଲାଣ ବେଳେ ଚନ୍ଦାହାଣ୍ଡି ବନ ବିଭାଗ ପକ୍ଷରୁ ଜବତ କରାଯାଇଛି କାଠପଟ୍ଟା । ଜବତ ସାମଗ୍ରୀଗୁଡିକ ମଧ୍ୟରେ ୪ଟି ସାଇକେଲ ସହ ୨୦ ଖଣ୍ଡ ଶାଳପଟ୍ଟା ସହ ଗୋଟିଏ କବାଟ ଓ ୬ଖଣ୍ଡ ରାଫ୍ଟର ରହିଛି । ଜବତ ପରେ ସାମଗ୍ରୀଗୁଡିକ ମୋତିଗାଁ ଗ୍ରାମବାସୀଙ୍କ ଜିମାରେ ଦିଆଯାଇଛି । ଜବତ ସାମଗ୍ରୀର ଅନୁମାନିକ ମୂଲ୍ୟ ୫୦ହଦଜାର ଟଙ୍କା ହେବ ବୋଲି ବନବିଭାଗ ଆକଳନ କରିଛି । ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଫେରାର ଥିବା ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ କହିଛନ୍ତି ।
ଶ୍ରୀ ଦିଶାରୀଙ୍କ ସୂଚନା ଅନୁଯାୟୀ, ଧଡିପାଣି ପଞ୍ଚାୟତ ଫଲସାପଡା ଗାଁର କେତେକ କାଠ ମାଫିଆ ସାଇକେଲ୍ରେ ଛତିଶଗଡକୁ କାଠପଟ୍ଟା ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର ପ୍ରଦୀପକୁମାର ଦାଶଙ୍କ ନେତୃତ୍ୱରେ ପାରାଗାର୍ଡ ମହମ୍ମଦ ଫାରୁକ ପ୍ରମୁଖ ମୋତିଗାଁ ହାଟପଦାରେ ଚଢଉ କରି ପଟ୍ଟାଗୁଡିକୁ ଜବତ କରିଥିଲେ । ସୂଚନା ଥାଉକି, ଫଲସାପଡା ଗାଁର ମାଫିଆମାନେ ଦୀର୍ଘ ଦିନ ଧରି ଛତିଶଗଡକୁ କାଠପଟ୍ଟା ଚାଲାଣ କରୁଛନ୍ତି । ଏ ଦିଗରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନିୟମିତ ବ୍ୟବଧାନରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ମାଫିଆଙ୍କ ବିରୋଧ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons