ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ରୁପା ଶଗଡ଼ିରେ ସୁନା କନିଅାଁ, ନୂଆ ଜହ୍ନ ପରି ଛନଛନିଆ । ତାକୁ ପାଇବ ଯିଏ…. ।” ୧୯୮୫ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ଜଗା ହାତରେ ପଘା’ର ଏଇ ମନଛୁଅାଁ ଗୀତର ଶଗଡ଼ିଆ ଆଉ ନାହାନ୍ତି । ତାଙ୍କ ଜୀବନ ଶଗଡ଼ ସବୁଦିନ ପାଇଁ ଅଟକିଯାଇଛି । କେବଳ ଚଳଚ୍ଚିତ୍ର ଜଗତ ନୁହେଁ, ପୂରା ରାଜ୍ୟକୁ ଶୋକରେ ମ୍ରିୟମାଣ କରି ଶଗଡ଼ିଆ ବିଜୟ ମହାନ୍ତି ଆଜି ରାତି ୯ଟା ବେଳେ ଆରପାରିକୁ ଚାଲିଯାଇଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି କିମ୍ବଦନ୍ତୀ ପୁରୁଷ, ସୁପରଷ୍ଟାର ଗତ ମେ’ ମାସରୁ ହାଇଦ୍ରାବାଦରୁ ଭୁବନେଶ୍ୱର ମୃତୁ୍ୟ ସହ ସଂଗ୍ରାମ କରି ଶେଷରେ ହାରିଯାଇଥିଲେ । ମୃତୁ୍ୟର କେଇ ଘଣ୍ଟା ପୂର୍ବରୁ ଭୁବନେଶ୍ୱରର କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ବିଜୟ ମୃତୁ୍ୟ ନିକଟରେ ପରାଜୟ ସ୍ୱୀକାର କରିଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସାରା ରାଜ୍ୟ ଦୁଃଖରେ ଭାଙ୍ଗିପଡ଼ିଛି । ଜନ୍ମମାଟି କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର, ଏପଟେ ବାରିପଦାରୁ ବଲାଙ୍ଗୀର ସବୁଠି ଶୋକର ଛାୟା । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଚଳଚ୍ଚିତ୍ର ତାରକା, ରାଜନୈତିକ ଦଳ, ସବୁ ବର୍ଗ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସୋମବାର ସନ୍ଧ୍ୟାରେ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ବିଜୟଙ୍କୁ କେୟାର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଧିମେଇ ଯାଇଥିଲା ତାଙ୍କ ହୃଦସ୍ପନ୍ଦନ । ସୁଗାର ଖସି ହାଇପୋଗ୍ଲାସିମିଆ ହେଇଯାଇଥିଲା । ଡାକ୍ତର ଚିକିିତ୍ସା ଜାରି ରଖିଥିଲେ । ଶତ ଚେଷ୍ଟା ସତ୍ତେ୍ୱ ସେ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରି ଏକ ଯୁଗର ଅବସାନ ହେଲା ବୋଲି ପ୍ରକାଶ କରିଛନ୍ତି । ୭୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ତନ୍ଦ୍ରା ରାୟ, ଝିଅ ଜସ୍ମିନ, ଜ୍ୱାଇଁ, ନାତି ଉପସ୍ଥିତ ଥିଲେ । ଖବର ପାଇବା ପରେ ବହୁ ବିଜୟପ୍ରେମୀ, ସାଥୀ, ସହଯୋଗୀ କଳାକାର ହସ୍ପିଟାଲ୍ ପରିସରକୁ ଶେଷ ଦର୍ଶନ ପାଇଁ ଧାଇଁ ଯାଇଥିଲେ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ଗତ ମେ ୨୫ତାରିଖରୁ ଅଭିନେତା ବିଜୟ ମହାନ୍ତି ହୃଦ୍ଘାତର ଶିକାର ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତା’ପୂର୍ବରୁ ସେଠାରେ ଝିଅଙ୍କ ପାଖରେ ରହୁଥିଲେ । ଡାଇବେଟିସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସହ ତାଙ୍କର ଏକ ଛୋଟ ଅପରେସନ୍ ହୋଇଥିଲା । ତେଣୁ ନିୟମିତ ଚେକ୍ ଅପ୍ ଚାଲିଥିଲା । ପରେ ସେ ଭୁବନେଶ୍ୱର ଆସିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଲକ୍ଡାଉନ୍ ଯୋଗୁ ଆସିପାରୁ ନ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନ ରହିବାରୁ ଦୁଇଥର ହସ୍ପିଟାଲ୍ ବାହାରେ ଆମ୍ବୁଲାନ୍ସ ଛିଡ଼ା ହୋଇ ଫେରିଥିଲା । ଏ କଥା ଜାଣିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ତାଙ୍କୁ ଆଣିବାକୁ ଗତ ଜୁନ୍ ୧୨ ତାରିଖରେ ଭୁବନେଶ୍ୱରରୁ ଏକ ଡାକ୍ତରୀ ଦଳ ସହ ଘରୋଇ ହସ୍ପିଟାଲ୍ର ଆମ୍ବୁଲାନ୍ସକୁ ପଠା ଯାଇଥିଲା । ଗତ ଜୁନ୍ ୧୪ ତାରିଖରେ ସେ ରୋଡ୍ ଯୋଗେ ଆମ୍ବୁଲାନ୍ସରେ ଭୁବନେଶ୍ୱର ଫେରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ୧୫ଦିନରୁ ଅଧିକ ଦିନ ଧରି ଚିକିତ୍ସା ଚାଲିଥିଲା । ଗତ ଜୁଲାଇ ୧ରେ ସେ ଭୁବନେଶ୍ୱରସ୍ଥିତ ବାସଭବନକୁ ଫେରିଥିଲେ । ତାଙ୍କର ଦେଖାଶୁଣା କରିବା ଲାଗି ଏକ ଡାକ୍ତରୀ ଦଳ ତାଙ୍କ ସହିତ ଆସିଥିଲେ । ଦୁଇଦିନ ଘରେ ରହିବା ପରେ ହଠାତ୍ ଅସୁସ୍ଥ ହେବାରୁ ହସ୍ପିଟାଲ୍ ଫେରିଥିଲେ । ହସ୍ପିଟାଲ୍ରେ ୨ଦିନ ଚିକିତ୍ସା ହୋଇ ପୁନର୍ବାର ଘରକୁ ଫେରି ଚିକିତ୍ସିତ ହେଉଥିଲେ । ଘରେ ସମସ୍ତ ସୁବିଧା କରାଯିବା ସହ ଏକ ଡାକ୍ତରୀ ଦଳ ତାଙ୍କର ନିୟମିତ ଚିକିତ୍ସା ଜାରି ରଖିଥିଲେ । ଆଜି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୧୯୫୦ ମସିହା ଏପ୍ରିଲ୍ ୮ରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରିରେ ସେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ତାଙ୍କ ପିଲାଦିନ କଟିଥିଲା ମୟୂରଭଞ୍ଜର ବାରିପଦାରେ । ସେଠାରେ ସେ ପାଠ ପଢ଼ି ବଡ଼ ହୋଇଥିଲେ । ଏମ୍କେସି ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଜୀବନ ଆରମ୍ଭ କରି ବାରିପଦାର ଏମ୍ପିସି କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରେ ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା(ଏନ୍ଏସ୍ଡି)ରେ ସଫଳତାର ସହ ଶିକ୍ଷା ଶେଷ କରି ଓଡ଼ିଶା ଫେରିଥିଲେ ।
ଏନ୍ଏସ୍ଡିରେ ତାଙ୍କର ଘନିÂ ବନ୍ଧୁ ଥିଲେ ବଲିଉଡ ଅଭିନେତା ନାସିରୁଦ୍ଧିନ ଶାହ, ରାଜ ବବର, ଓମ୍ ପୁରୀ । ସେହି ସମୟରେ ଅନେକ ନାଟକ କରିଥିଲେ ଏବଂ ସେଠାରେ ସେମାନଙ୍କ ସହ ମିଶିବାର ଭରପୂର ସୁଯୋଗ ପାଇଥିଲେ । ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ରହି ଶେଷରେ ନିଜ ମାଟି ମା’ ପ୍ରେମରେ ଟାଣି ଓଡ଼ିଶା ଚାଲିଆସିଥିଲେ । ନାଟକ ନିଦେ୍ର୍ଧଶନା ଲାଗି ନିଜକୁ ଉତ୍ସର୍ଗ କରିଥିଲେ । ବିଜୟ ମହାନ୍ତିଙ୍କ ପାଇଁ ଏକ ସୌଭାଗ୍ୟ ଥିଲା ଏନ୍ଏସ୍ଡି । ସେଠୁ ଫେରି ସେ ୧୯୭୭ରେ ସିଧାସଳଖ ସିନେମାରେ ପ୍ରବେଶ କରିଥିଲେ । ସେହି ବର୍ଷ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଲେ । ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ପରେ ସେହି ଅନୁÂାନରୁ ପ୍ରଫେସର ହୋଇ ଅବସର ଗ୍ରହଣ କରିଥିଲେ । ତା’ ପରେ ବି ସିନେମା କରିବା, ନାଟକ ଲେଖିବା ସବୁକିଛି ଜାରି ରଖିଥିଲେ । ସେ ଏକାଧାରରେ ନାଟ୍ୟକାର, ନାଟ୍ୟ ନିଦେ୍ର୍ଧଶକ, ପ୍ରଶିକ୍ଷକ ତଥା ଅଧ୍ୟାପକ ଏବଂ ଫିଲ୍ମ ଅଭିନେତା ଓ ନିଦେ୍ର୍ଧଶକ ଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ସେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ଭୁଲି ହୁଏନା’ରେ ନିଦେ୍ର୍ଧଶନା ଦେଇଥିଲେ ।
ବିଜୟ ଓଡ଼ିଆ ଚଳଚ୍ଚିତ୍ର ‘ଅଭିମାନ’ରେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ, ଯାହା ବହୁତ କମ୍ ଦର୍ଶକ ଜାଣନ୍ତି । କିନ୍ତୁ ପରେ ଦର୍ଶକ ତାଙ୍କୁ ‘ଚିଲିକା ତୀରେ’ରେ ମୁଖ୍ୟ ନାୟକ ଭୂମିକାରେ ଦେଖିଥିଲେ । ସେହିବର୍ଷ ଏ ସିନେମାଟି ଜାତୀୟ ପୁରସ୍କାର ପାଇଥିଲା । ଏହାପରେ ତାଙ୍କୁ ଦେଖିବାକୁ ମିଳିଲା ଏକ ଭିନ୍ନ ଚରିତ୍ରରେ । ସେ ସିନେମା ‘ନାଗଫାଶ’ରେ ଖଳନାୟକ ଭୂମିକାରେ ନଜର ଆସିଥିଲେ । ପରେ ‘ସମୟ ବଡ଼ ବଳବାନ’, ‘ଦଣ୍ଡା ବାଳୁଙ୍ଗା’, ‘ସହରୀ ବାଘ’, ‘ଚକା ଭଉଁରୀ’, ‘ଚକା ଆଖି ସବୁ ଦେଖୁଛି’ ଭଳି ୧୮୦ରୁ ଅଧିକ ସୁପର୍ହିଟ୍ ସିନେମାରେ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଆହୁରି ଗୁଡ଼ାଏ ସିନେମା ମୁକ୍ତିଲାଭ କରିବାକୁ ଥିଲାବେଳେ ତାଙ୍କର ଶେଷ ସିନେମା ଥିଲା ‘ଫ୍ରମ୍ ମି ଟୁ ୟୁ’ ।
ଖାଲି ସିନେମା ନୁହେଁ, ଡ୍ରାମା ବି କରୁଥିଲେ । ଯେତେବେଳେ ବାରିପଦାରେ ଥିଲେ ସେତେବେଳେ ‘ଯୁଗେଚ୍ଛା’ ନାମକ ଏକ ନାଟ୍ୟ ଦଳ ଗଢ଼ିଥିଲେ । ଏହି ଦଳ ରାଜ୍ୟର ତଥା ଦେଶର ବିଭିନ୍ନ ସ୍ଥାନରେ ସଫଳ ନାଟକ ମଞ୍ଚସ୍ଥ କରି ପ୍ରଶଂସିତ ହୋଇଥିଲା । ସିନେମା, ନାଟକ ସହ ବହୁ ଧାରାବାହିକରେ ବି ଅଭିନୟର ଛାପ ଛାଡ଼ିଛନ୍ତି ।
ନିଜ ସାଧନାର ସ୍ୱୀକୃତି ସ୍ୱରୂପ ରାଜ୍ୟ ତଥା ଜାତୀୟସ୍ତରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁÂାନ ଦ୍ୱାରା ସମ୍ମାନିତ ହୋଇଥିଲେ । କଳା, ସାହିତ୍ୟ ପାଇଁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ୨୦୧୪ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ସମ୍ମାନ’ ପାଇଛନ୍ତି । ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛନ୍ତି ।
ପରେ ସଂସ୍କୃତି ଓ ସିନେମା ଦୁନିଆରୁ ବାହାରି ରାଜନୀତିରେ ପ୍ରବେଶ କରିଥିଲେ ବିଜୟ । କଂଗ୍ରେସରେ ୨୦୧୪ ମସିହା ଫେବ୍ରୁଆରୀ ୨୭ରେ ଯୋଗ ଦେଇଥିଲେ । ପାର୍ଟି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ସେ ୨୦୧୪ ସାଧାରଣ ନିର୍ବାଚନ ଲଢ଼ିଥିଲେ ଏବଂ ହାରିଥିଲେ । କିଛି ଦିନ ପରେ କଂଗ୍ରେସରୁ ଇସ୍ତଫା ଦେଇ ସବୁଦିନ ପାଇଁ ପାର୍ଟି ସହିତ ସମ୍ପର୍କ ଛିନ୍ନ କରିଥିଲେ । ତା’ ପରଠୁ ସେ କେବଳ ଓଡ଼ିଆ ସିନେମାରେ ଅଭିନୟ ସାଙ୍ଗକୁ ତା’ର ଉନ୍ନତି ପାଇଁ କାମ କରିଆସୁଥିଲେ ।
ଅଧ୍ୟାପନା, ସିନେମା, ରାଜନୀତି ସହ ବ୍ୟକ୍ତିଗତ ଜୀବନରେ ବି ସେ ବେଶ୍ ସଫଳ ଥିଲେ । ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ଭଲପାଇ ବିବାହ କରିଥିଲେ । ଉଭୟେ ଅନେକ ଫିଲ୍ମରେ ଯୋଡ଼ି ହୋଇ ଚଳଚ୍ଚିତ୍ରକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି । ତାଙ୍କର ଏକମାତ୍ର ଝିଅ ଜସ୍ମିନ ହାଇଦ୍ରାବାଦରେ ରହୁଛନ୍ତି ।
Comments are closed, but trackbacks and pingbacks are open.