ଚାଲି ଚାଲି ଘରକୁ ଫେରିଲେ ବୃଦ୍ଧ ଦମ୍ପତି

Get real time updates directly on you device, subscribe now.

ଉଲୁଣ୍ଡା,(ବି.ବି.ନୁ୍ୟଜ): ଲକ୍ଡାଉନ୍ ଯୋଗୁଁ ବହୁ ପ୍ରବାସୀ ଘର ବାହାରେ ଫସି ରହିଥିଲେ । ଦୀର୍ଘଦିନର ଲକ୍ଡାଉନ୍ ପରେ ଶେଷରେ କିଛି ଉପାୟ ନପାଇ ଅସହାୟ ଶ୍ରମିକମାନେ ଚାଲି ଚାଲି ଶହ ଶହ କିମି ଅତିକ୍ରମ କରିବାକୁ ଆଗେଇ ଆସିଥିଲେ । ଏବେ ଉଲୁଣ୍ଡା ବ୍ଲକର କୁକିଆ ଗାଁର ଏକ ବୃଦ୍ଧ ଦମ୍ପତି ବରଗଡ଼ରୁ ଚାଲି ଚାଲି ଆସିଥିବା ଦେଖିବାକୁ ମିଳିଛି ।
ସୂଚନାମତେ କୁକିଆ ଗାଁର ଚକା ବିଶି ଏବଂ ତାଙ୍କ ସ୍ତ୍ରୀ ଯଶୋଦା ଭୁବନେଶ୍ୱର (ନନ୍ଦନକାନନର) ଏକ ଇଟାଭାଟିରେ କାମ କରୁଥିଲେ । ଲକ୍ଡାଉନ ଘୋଷଣା ପରେ ବସ ଚଲା ଚଲ ବନ୍ଦ ହୋଇ ଜିବାରୁ ଘରକୁ ଆସିନପାରି ଫସି ରହିଥିଲେ । ଗତ ରବିବାର ଭାଟି ମାଲିକ ନଜ ଖର୍ଚ୍ଚରେ ଗାଡ଼ି ଭଡ଼ା କରି ସେମାନଙ୍କୁ ବରଗଡ଼ରେ ଛାଡି ଚାଲିଯାଇଥିଲା । ମାତ୍ର ସେଠାରୁ ବୃଦ୍ଧ ଦମ୍ପତିଙ୍କ ଘରକୁ ଆସିବା ପାଇଁ କୌଣସି ଉପାୟ ନପାଇ ସେଠାରୁ ଚାଲି ଚାଲି ବାହାରିଥିଲେ । ଦୁଇ ଦିନ ଧରି ବୃଦ୍ଧ ଦମ୍ପତି କିଛି ନଖାଇ ନପିଇ ଚାଲିବା ପରେ ରାମପୁରେ ପହଞ୍ଚିଥିଲେ । ପରେ ଜଣେ ହଟେଲ ମାଲିକ ଏବଂ ସିଙ୍ଘିଯୁବାରେ ଜଣେ ଦୋକାନୀ ଉଭୟଙ୍କୁ ଖାଇବା ବ୍ୟବସ୍ଥା କରିଥିଲେ । ଆଜି ଦମ୍ପତି ନିଜ ଗାଁ କୁକିଆରେ ପହଞ୍ଚିବା ପରେ ପଞ୍ଚମହଲା କ୍ୱାରେଣ୍ଟାଇନକୁ ନିଆଯାଇଥିଲା । ୭ ଦିନ ରହିବା ପରେ ଉଭୟଙ୍କୁ ଘରକୁ ଛାଡ଼ି ଦିଆଯିବ ବୋଲି ନୋଡାଲ ଅଫିସର କାର୍ତ୍ତିକେଶ୍ୱର ଶତପଥି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons