ଜୟପୁର: ଚାଷୀ ଗର୍ଜିବା ପରେ ଚେତିଲେ ଲ୍ୟାମ୍ପ୍ସ ଓ ଯୋଗାଣ ବିଭାଗ । ଆଜି ଡଙ୍ଗରଛିଞ୍ଚି ଏବଂ ଆରଏମ୍ସି ୟାର୍ଡରୁ ଉଠିଛି ଧାନ । ମିିିିିିଲରଙ୍କ ପକ୍ଷରୁ ଆବଶ୍ୟକ ଟ୍ରକ ଯୋଗାଇ ଦିଆଯିବା ପରେ ଲ୍ୟାମ୍ପସ ପକ୍ଷରୁ ଧାନ କିଣାଯାଇଛି । ମଣ୍ଡିରେ ପଡିଥିବା ଧାନ ଉଠିଥିବାରୁ ଆଶ୍ୱସ୍ତ ହୋଇଛନ୍ତି ଚାଷୀ । କାରଣ ଆଜି ଠିକ୍ ସମୟରେ ଧାନ ଉଠିନଥିଲେ ଅପରାହ୍ନରେ ହୋଇଥିବା ବର୍ଷାରେ ଧାନ ଭିଜିଯାଇଥାନ୍ତା । ବହୁ କ୍ଷତି ସହିବାକୁ ପଡ଼ିଥାନ୍ତା ।
ଧାନ ଉଠାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ମଙ୍ଗଳବାର ସଂଧ୍ୟାରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆର୍ଏମ୍ସି କାର୍ଯ୍ୟାଳୟ ସମ୍ମୁଖ ୨୬ ନମ୍ବର ଜାତୀୟରାଜପଥକୁ ସେମାନେ ଅଢେଇ ଘଣ୍ଟା ଧରି ଅବରୋଧ କରିଥିଲେ । ଟ୍ରାକ୍ଟରରେ ଧାନ ବସ୍ତା ରଖି ଆନେ୍ଦାଳନ କରିଥିଲେ । ଦୀର୍ଘ ଅଢେଇ ଘଣ୍ଡା ପରେ ଅତିିରିକ୍ତ ତହସିଲଦାର ଅଶ୍ୱିନୀ ମହାପାତ୍ର ଏବଂ ସଦର ଥାନା ଆଇଆଇସି ଅଦିତ୍ୟ ମହାକୁଡ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ମୁତାବକ ଆଜି ଧାନ କିଣାଯାଇଥିବାରୁ ଚାଷୀମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.