ରାୟଗଡ଼ା,(ବି.ବି.ନୁ୍ୟଜ୍): ଚିକିତ୍ସା ଅଭାବରୁ କାଶୀପୁର ବ୍ଲକ ଲାକ୍ରିସ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତୁ୍ୟ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ ଅଷ୍ଟମ ଶ୍ରେଣୀର ନମ୍ରତା ନାୟକ(୧୪) । ହିମୋଗ୍ଲୋବିନ୍ ଅଭାବରୁ ମୃତୁ୍ୟ ଘଟିଥିବା କୁହାଯାଉଛି । ଅନ୍ୟପକ୍ଷେ ଏହି ସ୍କୁଲର ଅନ୍ୟ ୫ଜଣ ଛାତ୍ରୀଙ୍କୁ ଜ୍ୱର ହେଉଥିବାରୁ ସେମାନଙ୍କୁ ଆଜି କାଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭର୍ତ୍ତି ହୋଇଥିବା ଛାତ୍ରୀମାନେ ହେଲେ ଅଷ୍ଟମ ଶ୍ରେଣୀର ମମତା ନାୟକ, ସୁସାହନ୍ତି ମାଝୀ, ବୃନ୍ଦା ନାୟକ, ମମିତା ନାୟକ ଓ ଷÂ ଶ୍ରେଣୀର ଅଞ୍ଜଳି ନାୟକ ।
ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେଲା ନମ୍ରତା ରୋଗରେ ପୀଡ଼ିତ ଥିଲେ । ତାଙ୍କ ଶରୀରରେ ହେମୋଗ୍ଲୋବିନ ମାତ୍ର ସାଢେ ୪ ପ୍ରତିଶତ ରହିଥିଲା । ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟାଳୟ କର୍ତ୍ତୃର୍ପକ୍ଷ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଅବନିକୁମାରୀ ନାୟକ ଛାତ୍ରୀଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନମ୍ରତାଙ୍କୁ ମୃତ ଘୋଷଣା କରିଥିଲେ । ପଢୁଥିବା ଝିଅର ମୃତୁ୍ୟକୁ ନେଇ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ନମ୍ରତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ନେଇ ପରିବାରକୁ ଖବର ଦିଆଯାଇ ନଥିବା ଅଭିଯୋଗ ହୋଇଛି । ତାଙ୍କ ଘର ମୁନୁଷଗାଁ ପଞ୍ଚାୟତ ବଡ଼ଚକେନା ଗାଁରେ । ପ୍ରଧାନଶିକ୍ଷୟିତ୍ରୀ ଖବର ଦେବାରେ ଅବହେଳା କରିଥିବା ଝିଅର ବାପା କବିସୂର୍ଯ୍ୟ ନାୟକ କହିଛନ୍ତି । ଝିଅର ମୃତୁ୍ୟ ଖବରପାଇବା ପରେ ପରିବାରବର୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିିଥିଲେ । ଆଜି ଏହି ଘଟଣା ପରେ ଦୀର୍ଘଦିନରୁ ଅସୁସ୍ଥ ଥିବା ୫ଜଣ ଛାତ୍ରୀଙ୍କୁ କାଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ହିମୋଗ୍ଲୋବିନ ଅଭାବ କାରଣରୁ ଛାତ୍ରୀର ମୃତୁ୍ୟ ଘଟିବା କଥାକୁ ନେଇ ଗ୍ରାମବାସୀ ଭିନ୍ନ କଥା କହୁଛନ୍ତି । ପୁଷ୍ଟିକର ଖାଦ୍ୟ ଦିଆଯାଉ ନଥିବାରୁ ପିଲାଙ୍କ ହିମୋଗ୍ଲୋବିନ୍ କମ ରହୁଛି । ଏଥିସହ ପିଲାଙ୍କ ସାପ୍ତାହିକ ସ୍ୱାସ୍ଥ୍ୟପରୀକ୍ଷା ହେଉ ନଥିଲା । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ ଗତ ୨ ମାସ ହେଲା ସ୍କୁଲକୁ ଆସି ନଥିବା ଗ୍ରାମବାସୀ କହିଛନ୍ତି । ନମ୍ରତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠିକ୍ ସମୟରେ କରାଯାଇଥିଲେ ସେ ବଞ୍ଚିଥାନ୍ତା ବୋଲି ମୃତକଙ୍କ ବାପା କବିସୂର୍ଯ୍ୟ କହିଛନ୍ତି । ଅବହେଳା କରିଥିବା ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବା ନିମନ୍ତେ ପରିବାର ସହ ଗ୍ରାମବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.