ବରଗଡ଼,(ବି.ବି.ନୁ୍ୟଜ): ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟେ୍ରାଲ ବୁ୍ୟରୋ (ଡବ୍ଲୁସିସିବି) ବରଗଡ଼ ଜିଲ୍ଲାରେ ପୁଣି ଏକ ବାଘ ହତ୍ୟା ଧରିବାରେ ସଫଳ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଡବ୍ଲୁସିସିବି, ରାଜ୍ୟ ସ୍ପେସିଆଲ ଟାସ୍କ ଫୋର୍ସ (ଏସ୍ଟିଏଫ୍), ବରଗଡ଼ ବନ ବିଭାଗ ଏବଂ ସ୍ଥାନୀୟ ଟାଉନ୍ ଥାନା ପୁଲିସ୍ ସହାୟତାରେ ବରଗଡ଼ ସହରରୁ ଏକ ଚିତା ବାଘ ଛାଲ ସହ ୧୧ଟି ନଖ ଏବଂ ୪ଟି ଦାନ୍ତ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ଆହୁରି ବହୁ ବ୍ୟକ୍ତି ସାମିଲ ଥିବା ସନେ୍ଦହରେ ତଦନ୍ତ ଜାରି ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଭଟଲି ଥାନା ଖଜୁରିଆ ଗାଁର ସତ୍ୟବାନ ସାହୁ, ସଉକି ଠେଠୁଆ ଓ ମଇତ ଭୂଏ । ସେମାନଙ୍କୁ ବରଗଡ଼ ଟାଉନ୍ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଏସ୍ଟିଏଫ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଦିଲ୍ଲୀ ସ୍ଥିତ ଡବ୍ଳୁ୍ୟସିସିବି ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟ ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ଏକ ର୍ୟାକେଟ କାମ କରୁଥିବା ସୂଚନା ପାଇଥିଲା । ସେମାନେ ପ୍ରତିବନ୍ଧିତ ଜଙ୍ଗଲ ଭିତରେ ଅନାୟାସରେ ପ୍ରବେଶ କରି ଜୀବଜନ୍ତୁଙ୍କ ଶିକାର କରି ବ୍ୟବସାୟ କରୁଥିବା ପ୍ରମାଣ ମିଳିଥିଲା । ତେଣୁ ଡବ୍ଳୁ୍ୟସିସିବି ଓଡ଼ିଶା ବନ ବିଭାଗକୁ ଖବର ଦେଇ ଏସିଟିଏଫ୍ ସହାୟତାରେ ଚଢ଼ଉ କରିଥିଲା । ବିଗତ ଚାରି ଦିନ ଧରି ତନାଘନା କରିବା ପରେ ମିଳିତ ଟିମ୍ ନିର୍ଦ୍ଧିିଷ୍ଟ ଠିକଣା ପାଇ ବାଘଛାଲ କିଣିବା ଲାଗି ସମ୍ପୃକ୍ତ ଶିକାରୀଙ୍କ ସହ ଆଲୋଚନା କରିଥିଲା । ବରଗଡ଼ରେ ଡେଲିଭରୀ ନେବାକୁ ମଧ୍ୟ ଠିକ୍ ହୋଇଥିଲେ । ସେହି ଅନୁସାରେ ମିଳିତ ଟିମ୍ ବରଗଡ଼ ଭଟଲିରୋଡ ଛକ ଠାରେ ଆଜି ସକାଳୁ ଜଗି ରହିଥିଲେ । ସେଠାକୁ ବାଘଛାଲ ବିକ୍ରି କରିବାକୁ ଆସି ଅଭିଯୁକ୍ତମାନେ ଡବ୍ଲୁସିସିବି ଜାଲରେ ଧରାପଡ଼ିଥିଲେ । ବରଗଡ଼ ପୁଲିସ୍ର ସହାୟତାରେ ଏସ୍ଟିଏଫ୍ ଉପରୋକ୍ତ ତିନିଜଣ ଅଭିଯୁକ୍ତଙ୍କୁ କାବୁ କରି ସେମାନଙ୍କ ଠାରୁ ଚିତାବାଘ ଛାଲ ସମେତ ୧୧ ଟି ବାଘନଖ, ୪ଟି ବାଘଦାନ୍ତ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ଼ ଟାଉନ ଥାନାକୁ ଆଣି ପଚରାଉଚୁରା କରାଯାଇଛି । ସ୍ୱୀକରୋକ୍ତି ପରେ ସେମାନଙ୍କୁ କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ଏସ୍ଟିଏଫ୍ ପିଏସ କେସ ନମ୍ବର ୩୦/୨୦୨୦ରେ ଆଇପିସି ଧାରା ୩୭୯/୪୧୧, ଆରଡ଼ବ୍ଲୁ ୫୧ ଅଫ୍ ୱାଇଲ୍ଡ ଲାଇଫ ପ୍ରୋଟେକସନ ଆକ୍ଟ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରି ରଖାଯାଇଥିବା ସୂଚନା ମିଳିଛି ।
ଜବତ ବାଘ ଛାଲର ଲମ୍ବ ୪୫ ଇଞ୍ଚ ରହିଥିବା ବେଳେ ଲାଞ୍ଜର ଲମ୍ବ ଏହାର ଏକ ତୃତୀୟାଂଶ ୩୫ ଇଞ୍ଚ । ତେବେ ଛାଲଟି କେତେ ଦିନ ପୁରୁଣା ଜଣାପଡ଼ିନାହିଁ । ପ୍ରାଥମିକ ଯାଞ୍ଚରୁ ଛାଲମଝିରେ ଏକ ବିରାଟ କଣା ଥିବାରୁ ଚିତାବାଘର ମୁଣ୍ଡରେ ଗୁଳି କରି ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି । ତେବେ ବାଘର ମୃତୁ୍ୟ କେବେ ଓ କେମତି ହେଲା । ବାଘଟି ମାଈ ନା ଅଣ୍ଡିରା ଆଦି ବିଭିନ୍ନ ଶଙ୍କା ଦୂର କରିବା ପାଇଁ ଜବତ ବାଘଛାଲ ଓ ନଖଦାନ୍ତକୁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚୁ୍ୟଟକୁ ପରୀକ୍ଷା ପାଇଁ ପଠାଯିବ ବୋଲି ଦିଲ୍ଲୀ ଡବ୍ଳୁ୍ୟସିସିବିର ଜନ୍ତୁ ସୁରକ୍ଷା ଅଧିକାରୀ ବିପିନ ଚତୁର୍ବେଦୀ ସୂଚନା ଦେଇଛନ୍ତି ।
ଚଢ଼ଉରେ ଡବ୍ଳୁ୍ୟସିସିବିର ଶ୍ରୀ ଚତୁର୍ବେଦୀଙ୍କ ସମେତ ଏସ୍ଟିଏଫର ଅଧିକାରୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ବରଗଡ଼ ବନଖଣ୍ଡ ଏସିଏଫ୍ ଅଶୋକ ଦାଶ, ଏସିଏଫ ରେବତୀ ରଞ୍ଜନ ଯୋଷୀ ଏବଂ ଏସିଏଫ୍ (ପ୍ରୋଟେrନ) ଆଶୁତୋଷ ମଲ୍ଲିକ ସହଯୋଗ କରିଥିଲେ । ସେହିଭଳି ବରଗଡ଼ ଟାଉନ୍ ଥାନାଧିକାରୀ ସଦାନନ୍ଦ ପୂଜାରୀଙ୍କ ସମେତ ପୁଲିସ୍ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିବା ଏସ୍ଟିଏଫ୍ ଟିମ୍ ସୂତ୍ରରୁ ଜଣାପଡ଼ିଛି ।


Comments are closed, but trackbacks and pingbacks are open.